Odisha Link
Bridging the Missing Links in Odisha

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ଆଜିଠୁ କେନ୍ଦ୍ରାପଡ଼ା ସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ମିଳିବ ନାହିଁ। କୋଭିଡ଼ କଟକଣା ଓ ଗାଇଡ଼ଲାଇନ ସଠିକ ଓ କଡାକଡି ଭାବେ ପାଳନ କରାଯିବ। ବର୍ତ୍ତମାନ କେବଳ କଟେଜରେ ରାତ୍ରୀଯାପନ କରୁଥିବା ପର୍ଯ୍ୟଟକଙ୍କୁ ଭିତରକନିକା ବୁଲିବାକୁ ଅନୁମତି ମିଳିବ।

ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାସହ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିବେ ବୋଲି ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଶା ଇକୋ ଟ୍ୟୁରିଜିମରେ ଅନଲାଇନରେ ଟିକେଟ ବୁକ ପାଇଁ ବ୍ୟବସ୍ଥା ହୋଇଛି। କଟେଜ ଓ ବୋଟ ଗୁଡ଼ିକୁ ସାନିଟାଇଜ କରାଯିବା ସହ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ରହିଛି। କେବଳ ରାତ୍ରୀ ଯାପନ ପାଇଁ ବୁକ କରିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକୁ ଛଡ଼ାଯିବ।

Comments are closed.