Odisha Link
Bridging the Missing Links in Odisha

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ। ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ମନ୍ତ୍ରୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି କହିଛନ୍ତି, ରାଷ୍ଟ୍ରପତି ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ତାଙ୍କର ସମୃଦ୍ଧ ଜ୍ଞାନ ଏବଂ ନୀତି ସମ୍ବନ୍ଧୀୟ ଜ୍ଞାନପୂର୍ଣ୍ଣ ବୁଝାମଣା ଆମ ଦେଶ ପାଇଁ ମହତ୍ପୂର୍ଣ୍ଣ ସମ୍ବଳ ଅଟେ। ସେ ଦୁର୍ବଳ ଲୋକଙ୍କ ସେବା ପ୍ରତି ଅତ୍ୟନ୍ତ ଦୟାଳୁ ଅଟନ୍ତି। ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥକୋବିନ୍ଦ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଆପଣ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।

୧୯୪୫ ଆଜିର ଦିନରେ ଉତ୍ତରପ୍ରଦେଶର କାନପୁର ଜିଲ୍ଲା ପରୌଖ ଗାଁରେ ଏକ କୃଷକ ପରିବାରରେ ଜନ୍ମ ହୋଇଥିଲେ। କୋବିନ୍ଦଙ୍କର ପିଲାବେଳ ବେଶ୍‌ ସଂଘର୍ଷୟ ଥିଲା।ରାଷ୍ଟ୍ରପତି ଭାବେ ଶପଥ ନେବା ସମୟରେ ସେ ଏକଥାର ଖୁଲାସା କରିଥିଲେ। କାନପୁର ନଗର ବିଏନଏସଡିରେ ଇଣ୍ଟରମିଡ଼ିଏଟ, ଡିଏବି କଲେଜରୁ ବାଣିଜ୍ୟରେ ସ୍ନାତକ ଏବଂ ଡିଏବି ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ। ରାଷ୍ଟ୍ରପତି ହେବା ପୂର୍ବରୁ ସେ ବିହାରର ରାଜ୍ୟପାଳ ଥିଲେ। ସେ ପେସାରେ ଜଣେ ଓକିଲ ଥିଲେ।

Comments are closed.