Odisha Link
Bridging the Missing Links in Odisha

କରୋନା: ଦେଶରେ ୭୫୮୨୯ ନୂଆ ଆକ୍ରାନ୍ତ ଚିହ୍ନଟ; ୯୪୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା। ଦେଶରେ ୨୪ ଘଣ୍ଟାରେ ୭୫,୮୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସହ ୯୪୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧ ହଜାର ୭୮୨ରେ ପହଞ୍ଚିଛି।

ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪କୁ ବୃଦ୍ଧି ପାଇଛି। ମୋଟ ୯,୩୭,୬୨୫ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୫୫,୦୯,୯୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.