Odisha Link
Bridging the Missing Links in Odisha

ଆସନ୍ତା ସପ୍ତାହକୁ ଘୁଞ୍ଚିଲା ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି ଘୁଞ୍ଚିଲା। ଆସନ୍ତା ସପ୍ତାହରେ ହେବ ମାମଲାର ଶୁଣାଣି। ପୀଡିତ ପରିବାର ଓ ସାକ୍ଷୀଙ୍କ ସୁରକ୍ଷା ନେଇ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ହୋଇଛି। ୟୁପି ସରକରାଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏହାସହ ସଠିକ୍ ତଦନ୍ତ ହେଉଛି କି ନାହିଁ ଖଣ୍ଡପୀଠ ତଦାରଖ କରିବ।

ଗତ କିଛିଦିନ ତଳେ ହାଥରସରେ ଜଣେ ନାବାଳିକାକୁ ୪ ଜଣ ଦୁର୍ବୃତ୍ତଗଣଦୁଷ୍କର୍ମ କରିଥିଲେ। ପରେ ନାବାଳିକାର ଜିଭ କାଟିଦେବା ସହ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପରେ ହସ୍ପିଟାଲରେ ନାବାଳିକା ଜଣକର ମୃତ୍ୟୁ ହୋଇଥିଲ । ଏହି ଘଟଣାକୁ କେନ୍ଦ୍ର କରି ସାରା ଦେଶରେ ଏବେ ବିରୋଧ ଦେଖାଦେଇଛି।

Comments are closed.