ଜାହାଜରେ ରଶି ଲଗାଇ ଝୁଲି ପଡ଼ିଲେ ନାବିକ

ପାରାଦ୍ୱୀପ: କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଜଣେ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୋଷ୍ଟଗାର୍ଡର ରେଜିଆ ଶୁଲତାନା ନାମକ ଜାହାଜରେ ଘଟିଛି ଏଭଳି ଅଘଟଣ। ମୃତକଙ୍କ ନାମ ଏ. କେ. ଗୌତମନ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା। ତାଙ୍କ ଘର କେରଳ ବୋଲି ସୂଚନା ମିଳିଛି। କୋଷ୍ଟଗାର୍ଡର ଉପରିସ୍ଥ ଅଧିକାରୀ ଅଭିଜିତ୍ ସିଂହ ପ୍ରଥମେ ଜାହାଜର ମେସିନ ରୁମରେ ଗୌତମନ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ନେହେରୁବଙ୍ଗଳା ମେରାଇନ୍ ଥାନାକୁ ଖବର ଦିଆଯାଇଥିଲା।
ନେହେରୁବଙ୍ଗଳା ମେରାଇନ୍ ଥାନା ପକ୍ଷରୁ କେସ୍ ନମ୍ବର ୬/୨୦ ଅନୁଯାୟୀ ଏକ ଆତ୍ମହତ୍ୟା ମାମଲା ରୁଜୁକରାଯାଇଛି। ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି।