ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ: ୨୦୨୦ ପାଇଁ ପଦାର୍ଥ ବିଜ୍ଞାନରେ ବିଶ୍ବର ସର୍ବୋଚ୍ଚ ପୁରସ୍କାର ଘୋଷଣା। ନୋବେଲ ପୁରସ୍କାର ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରିଛି ନୋବେଲ କମିଟି। ନୋବେଲ କମିଟି ସେକ୍ରେଟେରୀ ଜେନେରାଲ ଆଜି ନାଁ ଘୋଷଣା କରିଛନ୍ତି। ରୋଜର ପେନରୋଜ, ରେନ୍ହାଡ୍ ଗେନ୍ଜେଲ ଓ ଆଣ୍ଡ୍ରିଆ ଗେଜ୍ଙ୍କୁ ମିଳିବ ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ମିଳିବ।