Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସୁଛନ୍ତି ପ୍ରଦେଶ କଂଗ୍ରେସର ରାଜ୍ୟ ପ୍ରଭାରୀ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ତଥା ସାଂସଦ ଏ.ଚେଲ୍ଲାକୁମାର ଆଜି ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏ.ଚେଲ୍ଲାକୁମାର ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଭୁବନେଶ୍ବରରେ ରହଣି ସମୟରେ ସେ ଦଳର ବରିଷ୍ଠ ନେତା, ସଭାପତି, କଂଗ୍ରେସ ବିଧାୟକ ଦଳ ନେତା, ପୂର୍ବତନ ସଭାପତି, ମହିଳା କଂଗ୍ରେସ, କିଷାନ କଂଗ୍ରେସ ଓ ଛାମୁଆ ସଂଗଠନର ନେତାମାନଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ଏଥି ସହିତ ୧୦ ତାରିଖରେ ବାଲେଶ୍ବର ଗସ୍ତ କରି ଚାଷୀ ବଞ୍ଚାଅ ରାଲିରେ ଯୋଗଦେବା ସହ ବାଲେଶ୍ବର ସଦର ପାଇଁ ହେବାକୁ ଥିବା ଉପନିର୍ବାଚନ ବୈଠକରେ ଯୋଗଦେବେ। ଏ.ଚେଲ୍ଲାକୁମାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନେଇ ପିସିସି ପକ୍ଷରୁ ସମୟସାରଣୀ ପ୍ରସ୍ତୁତ କରାଯାଇଛି।

Comments are closed.