Odisha Link
Bridging the Missing Links in Odisha

ବିଧାନସଭା: ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌

ଭୁବନେଶ୍ବର: ବିଧାସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ -୨୦୨୦ ପାରିତ ହୋଇଛି। ବିରୋଧୀଙ୍କ ହୋହଲା ଭିତରେ ପାରିତ ହେଲା ଏହି ବିଲ୍। ୪ ଦିନର ଆଲୋଚନା ପରେ ଗୃହରେ ବିଲ୍‌ ପାରିତ ହୋଇଛି। ବିଲ୍‌କୁ କଳା ଆଇନ କହି ବିରୋଧ କଲେ ନରସିଂହ ମିଶ୍ର। ଆଜିର ଅଲୋଚନାରେ ଭାଗ ନେଲା ନାହିଁ ବିଜେପି।

ପ୍ରକାଶ ଯେ, ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌କୁ ନେଇ ଗୃୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ବିବୃତି ରଖିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଓଡ଼ିଶାରେ ନିରପେକ୍ଷତା ଓ ସ୍ବଚ୍ଛତାରେ ଭିସି ଚୟନ ହୋଇଥାଏ। ନିଯୁକ୍ତି ରାଜ୍ୟପାଳ କରନ୍ତି। ସ୍ବାୟତ୍ତତା ନଷ୍ଟ ହେଉନାହିଁ। ଅଧ୍ୟାପାକ ନିଯୁକ୍ତି ଓପିଏସସି ଦ୍ବାରା କରିବାକୁ ରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ। ସଂଶୋଧିତ ବିଲ୍‌ରେ ସନେଟ୍‌ ଉଚ୍ଛେଦ ଓ ସିିଣ୍ଡିକେଟ ମଜଭୁତ କରାଯାଇଛି। ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା ପାଇଁ କମିଟି ଗଠନ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

Comments are closed.