ଆଜି ବାୟୁସେନା ଦିବସ

ନୂଆଦିଲ୍ଲୀ: ଆଜି ବାୟୁସେନାର ପ୍ରତିଷ୍ଠା ଦିବସ। ଚଳିତ ବର୍ଷ ବାୟୁସେନା ଦିବସରେ ଚମକ ଦେଖାଇବ ରାଫେଲ୍। ୫୬ଟି ଏୟାରକ୍ରାଫ୍ଟ ସହ ଏଥର ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ବାୟୁସେନା ଦିବସର ଫ୍ଲାଇଙ୍ଗ୍ ମାର୍ଚ୍ଚରେ ସାମିଲ ହେବ। ଗତବର୍ଷ ୫୧ଟି ଏୟାରକ୍ରାଫ୍ଟ ବାୟୁସେନା ଦିବସରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏଥର ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଗାଜିଆବାଦର ହିଣ୍ଡନ ଏୟାରବେସ୍ ରେ ଏଥର ଏୟାରଫୋର୍ସର ଦମ୍ ଦେଖିବାକୁ ମିଳିବ।
ଏଥି ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି ଗାଜିଆବାଦର ହିଣ୍ଡନ ଏୟାର ବେସ। ବାୟୁସେନା ଯବାନଙ୍କ ସମେତ ବିଭିନ୍ନ ବିମାନର ପାଇଲଟ, ପାରାଟ୍ରୁପରମାନେ ଅଭ୍ୟାସ କରିଛନ୍ତି। ହିଣ୍ଡନରେ ଫୁଲ ଡ୍ରେସ ରିହରସଲ ବି କରାଯାଇଛି। ସୀମାରେ ଉଭୟ ଚୀନ ଏବଂ ପାକିସ୍ତାନ ସହିତ ତିକ୍ତତା ଲାଗି ରହିଥିବା ବେଳେ ବାୟୁସେନା ଦିବସରେ ଭାରତର ଶକ୍ତି ପ୍ରଦର୍ଶନ ନିଶ୍ଚିତ ରୂପେ ଭାରତର ଶକ୍ତି ଜାହିର କରିବ। ଯାହା ଶତ୍ରୁ ଦେଶ ଗୁଡ଼ିକୁ ଭାରତ ସହିତ ଶତ୍ରୁତା କରିବାର ପରିଣାମ ବିଷୟରେ କଡ଼ା ସନ୍ଦେଶ ଦେବ। ତେବେ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଏୟାର ଫୋର୍ସ ପକ୍ଷରୁ ୮୮ ବର୍ଷର ଯାତ୍ରାକୁ ନେଇ ଏକ ଫିଲ୍ମ ସେୟାର କରାଯାଇଛି। ଯାହା ବାୟୁସେନାର ସଫଳତାକୁ ପ୍ରଦର୍ଶନ କରୁଛି।
Comments are closed.