ଭୋରୁ ଭୋରୁ କଟକରେ ପହଞ୍ଚିଲେ ୫ଟି ସଚିବ

କଟକ: ଆଜି ଭୋରରୁ କଟକ ଗସ୍ତ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍। ଗତ ଜାନୁଆରୀ ୨୩ରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲକୁ ଏମସ ଭଳି ବିଶ୍ୱସ୍ତରୀୟ କରିବାକୁ ଘୋଷଣା କରିଥିଲେ। ଏଥିପାଇଁ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱର ବିକାଶ ଆବଶ୍ୟକ। ଏହା ସହିତ ଏସସିବି ମେଡିକାଲ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ।
ଲୋକଙ୍କ ସୁରକ୍ଷାକୁ ଆଖିରେ ରଖି ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଲୋକଙ୍କୁ ସବୁ ପ୍ରକାର ସୁବିଧା କିଭଳି ଶୀଘ୍ର ମିଳିପାରିବ ସେନେଇ ତତ୍ପରତା ଦେଖାଯାଇଛି। ଅସୁବିଧା ହେଲେ ଚିକିତ୍ସା ପାଇଁ ଯେମିତି ଶିଘ୍ର ପହଞ୍ଚିହେବ ସେଥିପାଇଁ ଏସସିବି ମେଡିକାଲ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଯାହାଦ୍ୱାରା ରୋଗୀ ଓ ଆମ୍ୱୁଲାନ୍ସ ମେଡିକାଲ ପହଞ୍ଚିବାରେ ସୁବିଧା ହେବ। ତେବେ କେନାଲର ୨ପାର୍ଶ୍ୱରେ ଥିବା ବନ୍ଧ ଯୋବ୍ରା ବ୍ୟାରେଜ ନିକଟରେ ରିଂରୋଡକୁ ସଂଯୋଗ କରିବ। ୫ଟି ସଚିବଙ୍କ ସହ ପୂର୍ତ୍ତ ଓ ଶକ୍ତି ସଚିବ ଗସ୍ତ କରିଥିଲେ। କେନ୍ଦ୍ରଞ୍ଚଳ ଆରଡିସି, କଟକ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ।
Comments are closed.