Odisha Link
Bridging the Missing Links in Odisha

୧୨ରୁ ଓଜେଇଇ ବିଟେକ୍‌ ଅନଲାଇନ୍‌ କାଉନସେଲିଂ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୦ର ଅନଲାଇନ୍‌ କାଉସେଲିଂ। ରାଜ୍ୟରେ ଥିବା ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଗୁଡିକରେ ବିଟେକ୍‌, ବି. ଆର୍କ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସିରେ ନାମ ଲେଖିବା ପାଇଁ ଏହି ପ୍ରକ୍ରିୟା ଚାଲିବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଏ ବାବଦରେ ବିସ୍ତୃତ ସୂଚନା ଓଜେଇଇର ୱେବସାଇଟ୍‌ରେ ଦିଆଯାଇଛି। ଛାତ୍ରଛାତ୍ରୀମାନେ କାଉନସେଲିଂର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ କେଉଁ ଶିକ୍ଷାନୁଷ୍ଠାନରେ କେତେ ସିଟ୍‌ ରହିିବା ନେଇ ୱେବସାଇଟରୁ ଜାଣିପାରିବେ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି। ଅନ୍ୟ ବିଭାଗଗୁଡ଼ିକର କାଉନସେଲିଂ ଆଗାମୀ ଦିନରେ ହେବ ବୋଲି ସୂଚନା ଦେଇଛନ୍ତି।

ଅନ୍ୟପଟେ ବିଟେକ୍‌, ବି. ଆର୍କ ଓ ଇଣ୍ଟିଗ୍ରେଟେଡ୍‌ ଏମଏସସିରେ ନାମ ଲେଖିବା ପାଇଁ ମନୋନୀତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କର ମେଡିକାଲ୍‌ ବୋର୍ଡ଼ ଆସନ୍ତା ୧୩ ଓ ୧୪ ତାରିଖରେ ଏସସିବି ମେଡିକାଲ୍‌ କଲେଜରେ ହେବ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଆଡମିଟ୍‌ କାର୍ଡ଼, ର‌୍ୟାଙ୍କ କାର୍ଡ଼ ଓ ଫଟୋ ପରିଚୟ ପତ୍ର ସହ ମେଡିକାଲ୍‌ ବୋର୍ଡ଼ରେ ହଜାର ହେବାକୁ କୁହାଯାଇଛି। ଦିବ୍ୟାଙ୍ଗ ବର୍ଗରେ ନାମ ଲେଖିବା ପାଇଁ ମେଡିକାଲ୍‌ ବୋର୍ଡ଼ର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ଓଜେଇଇ ଅଧ୍ୟକ୍ଷ କହିଛନ୍ତି। ସମସ୍ତ ପ୍ରକ୍ରିୟା କୋଭିଡ୍‌-୧୯ ଗାଇଡଲାଇନ୍‌ ପାଳନ କରି ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.