Odisha Link
Bridging the Missing Links in Odisha

ହାଭାର୍ଡ ବିଜନେସ୍‌ ସ୍କୁଲର ଡିନ୍‌ ହେବେ ଶୀକାନ୍ତ ଦତ୍ତାର, ସେ ହେବେ ୨ୟ ଭାରତୀୟ ଡିନ୍

ନୂଆଦିଲ୍ଲୀ: ହାଭାର୍ଡ ବିଜନେସ୍‌ ସ୍କୁଲ ବିଶ୍ବର ନାମିଦାମ ସ୍କୁଲ ମଧ୍ୟରୁ ଅନ୍ୟତମ। ଏହି ସ୍କୁଲର ଡିନ୍‌ ହେବେ ଭାରତୀୟ ମୂଳ ନିବାସୀ ଶ୍ରୀକାନ୍ତ ଦତ୍ତାର। ବର୍ତ୍ତମାନର ଡିନ୍‌ଙ୍କ ସ୍ଥାନ ନେବେ ଶ୍ରୀ ଦତ୍ତାର। ଶ୍ରୀକାନ୍ତ ଏହି ସଂସ୍ଥାରେ ୨ ଭାରତୀୟ ମୂଳ ନିବାସୀ ଡିନ୍‌ ହେବାକୁ ଯାଉଛନ୍ତି। ଶ୍ରୀକାନ୍ତ ୨୦୨୦ ଜାନୁଆରୀ ମାସରେ ଏହି ଦାୟିତ୍ବ ଗ୍ରହଣ କରିବେ। ବର୍ତ୍ତମାନ ସମୟରେ ଶ୍ରୀକାନ୍ତ ହାଭାର୍ଡ ବିଜନେସ୍‌ ସ୍କୁଲର ବରିଷ୍ଠ ଆସୋସିଏଟ୍‌ ଡିନ୍‌ ପଦବୀରେ ଅଛନ୍ତି। ଏନେଇ ହାଭାର୍ଡ ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ ଲଅରେନ୍ସ ବାକୋ ସୂଚନା ଦେଇଛନ୍ତି।

ଲଅରେନ୍ସ ବାକୋ କହିଛନ୍ତି ଯେ, ଶ୍ରୀକାନ୍ତ ଜଣେ ଭଲ ଶିକ୍ଷକ ଅଟନ୍ତି। ହାଭାର୍ଡ ବିଜନେସ୍‌ ସ୍କୁଲର ଭବିଷ୍ୟତ କଥା ଭାବୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀକାନ୍ତ। ମହାମାରୀ କରୋନାର ମୁକାବିଲା କରିବା ପାଇଁ ସ୍କୁଲରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ସେ। ୧୧୨ ବର୍ଷ ପୁରୁଣା ଏହି ସ୍କୁଲର ୧୧ତମ ଡିନ୍‌ ହେବାକୁ ଯାଉଛନ୍ତି ଶ୍ରୀକାନ୍ତ। ଏଥିସହିତ ପ୍ରଥମଥର ପାଇଁ ଲଗାତାର ଭାବେ ୨ୟ ଥର ପାଇଁ ଏହି ସ୍କୁଲର ଡିନ୍‌ ଜଣେ ଭାରତୀୟ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଡିନ୍‌ ନିତିନ ନୋହାରିୟା କରେୋନା ଭାଇରସ୍‌ ପାଇଁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇବେ। ସେ ୧୯୯୬ ମସିହାରେ ହାଭର୍ଡ ବିଜନେସ୍‌ ସ୍କୁଲରେ ଯୋଗ ଦେଇଥିଲେ।

Comments are closed.