Odisha Link
Bridging the Missing Links in Odisha

ମୁମ୍ବାଇରେ ବିଜୁଳି ସରବରାହ ଠପ୍

ମୁମ୍ବାଇ: ମୁମ୍ବାଇର ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଛି। ବିଜୁଳି ଗ୍ରୀଡ୍ ଫେଲ ହୋଇଯିବାରୁ ମୁମ୍ବାଇର ଅଧିକାଂଶ ସହର ଏବେ ଅନ୍ଧାରରେ ରହିଛନ୍ତି। ଖାଲି ସେତିକି ନୁହେଁ, ବିଜୁଳି ସରବରାହ ବନ୍ଦ ଯୋଗୁ ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ଟ୍ରାଫିକ ସିଗ୍ନାଲ ଓ ସିସିଟିଭ ସର୍ଭର ଡାଉନ ହୋଇଯାଇଛି। ଯାହା ଦ୍ବାରା ବ୍ୟାପକ ସମସ୍ୟା ଉପୁଜିଛି।

ମୁମ୍ବାଇର ନଭି ମୁମ୍ବାଇ, ବାନ୍ଦ୍ରା ଓ ଥାନେ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ଠପ୍ ହୋଇ ପଡିଛି। ସେଣ୍ଟ୍ରାଲ ଲାଇନରେ ପାସେଞ୍ଜର ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ବିଦ୍ୟୁତ୍ ଯୋଗାଣ ଠପ୍ ହେବା କାରଣରୁ ଦିନ ୧୦ଟା ପରଟଠାରୁ ବିଭିନ୍ନ ସ୍ଥାନରେ ବିଜୁଳି ସରବରାହ ବନ୍ଦ ହୋଇଯାଇଛି।

ଵୃହନମୁମ୍ବାଇ ମହାନଗର ପାଳିକା ସୂଚନା ଦେଇଛନ୍ତି ଯେ ଟାଟାର ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବାରୁ ସହରରେ ବିଜୁଳି ଗ୍ରୀଡ଼୍ ଫେଲ୍ ହୋଇଛି। ସେଣ୍ଟ୍ରାଲ୍ ରେଳ ଲାଇନରେ ରେଳ ସେବା ଠପ୍ ହୋଇଯାଇଛି। ସୂଚନା ଦିଆଯାଇଛି ଯେ ୪୦୦ କେଭି ଲାଇନରେ ଟ୍ରିପିଙ୍ଗ୍ ହୋଇଛି। ଏଥିପାଇଁ ଏମଆଇଡ଼ିସି, ପାଲଘର ଓ ଦହାନୁ ଲାଇନ ପ୍ରଭାବିତ ହୋଇଛି। ଏହାକୁ ଠିକ କରିବାକୁ ସମୟ ଲାଗିବ।

Comments are closed.