Odisha Link
Bridging the Missing Links in Odisha

ବିଗାଡ଼ି ଦେଲା କରୋନା: ରାଣାଘାଟର ଲତାଙ୍କୁ ମିଳୁନି କାମ, ଫେରିଲେ ନିଜର ପୁରୁଣା ଘରକୁ!

ମୁମ୍ବାଇ: ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତି ରାତି ଷ୍ଟାର ପାଲଟି ଯାଇଥଇଲେ ରାନୁ ମଣ୍ଡଳ। ରାତି ରାତି ସୋଶିଆଲ ମିଡିଆ ସେନସେସନ୍‌ ହେବାପରରେ ବଲିଉଡ ଫିଲ୍ମରେ ଗୀତ ଗାଇଥିଲେ। ଯାହାପରେ ତାଙ୍କ ଜୀବନ ପୂରା ବଦଳି ଯାଇଥିଲା। ଏପରିକି ଗତବର୍ଷ ଦଶହରା ସମୟରେ କୋଲକାତାର ସମସ୍ତ ପେଣ୍ଡାଲରେ ତାଙ୍କର ସୁପରହିଟ୍‌ ଗୀତ ‘ତେରି ମେରି କାହାନୀ’ ବାଜି ନଥିଲା। ଚାରିଆଡେ ତାଙ୍କର ଖୁବ୍ ଚର୍ଚ୍ଚା ଥିଲା, କିନ୍ତୁ ଏବେ ସବୁ ଫିକା ପଡିଯାଇଛି।

ରାନୁଙ୍କ ସ୍ବରର ଯାଦୁ ଏବେ ଗାୟବ ହୋଇଯାଇଛି। ନଭେମ୍ବର ୨୦୧୯ରେ ହିମେଶ ରେସମିୟାଙ୍କ ସହ ରାନୁ ୩ ଟି ଗୀତ ରେକର୍ଡିଂ କରିଥିଲେ। ଗୀତ ଖୁବ୍ ହିଟ୍ ମଧ୍ୟ ରହିଥିଲା। ଏବେ କିନ୍ତୁ ରାନୁଙ୍କ ବିଷୟରେ କିଛି ଶୁଣିବାକୁ ମିଳୁନି। କିଛି ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଜଣା ପଡ଼ିଛି ଯେ, ତାଙ୍କର ଜୀବନରେ ଏବେ ଖୁବ୍ ଅନ୍ଧାର ଖେଳି ଯାଇଛି। କରୋନା ଭାଇରସ୍ କାରଣରୁ ତାଙ୍କର ସ୍ଥିତି ଖୁବ ଖରାପ ହୋଇଯାଇଛି। ରାନୁଙ୍କୁ ଏବେ କୌଣସି କାମ ମିଳୁନି।

ଗୋଟିଏ ପରେ ଗୋଟିଏ ବିବାଦରେ ଘେରି ରହିଥିବା ‘ରାଣାଘାଟର ଲତା’ ଏବେ ନୂଆ ସୁଯୋଗର ସନ୍ଧାନରେ ଅଛନ୍ତି। ଲୋକପ୍ରିୟ ହେବାପରେ, ରାନୁ ନିଜର ପରୁଣା ଘର ଛାଡି ଦେଇଥିଲେ ଓ ଏକ ନୂଆ ଘରକୁ ସିଫ୍ଟ ହୋଇଥିଲେ, କିନ୍ତୁ ଏବେ କୁହାଯାଉଛି ରାନୁ ଏହି ନୂଆ ଘରକୁ ଛାଡି ନିଜର ପୁରୁଣା ଘରକୁ ଫେରିଯାଇଛନ୍ତି। ରାନୁଙ୍କ ପାଖରେ ଏବେ ବଲିଉଡର କୌଣସି କାମ ନାହିଁ। ଆର୍ଥିକ ସ୍ଥିତି ଖୁବ୍ ଖରାପ ହୋଇଯାଇଛି, ଯେଉଁ କାରଣରୁ ସେ ନିଜର ପୁରୁଣା ଘରକୁ ଚାଲି ଯାଇଥିଲେ।

Comments are closed.