Odisha Link
Bridging the Missing Links in Odisha

ବର୍ଷା ଅନୁଭବ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି। ଶୁଣାଣୀ କରି ସୁପ୍ରିମକୋର୍ଟ ଅନୁଭବଙ୍କ ପକ୍ଷରୁ ପଟିଆଲା ହାଉସକୋର୍ଟରେ ଦାଖଲ ହୋଇଥିବା ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି। ଏଥିସହ ଉଭୟଙ୍କ ପକ୍ଷରେ ମିଳାମିଶା କରିବାକୁ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ତଥା ଓଲିଉଡ଼ ତାରକା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ। ଅପରପକ୍ଷରେ କଟକରେ ମଧ୍ୟ ପାରିବାରିକ ହିଂସା, କ୍ଷତିପୂରଣ, ଦାମ୍ପତ୍ୟ ଜୀବନର ସୁରକ୍ଷା ଆଦି ଦାବିରେ ବର୍ଷା ବି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ସେ କଟକରେ ରହୁଥିବାରୁ ପଟିଆଲ ହାଉସ କୋର୍ଟରେ ଅନୁଭବ ଦାଏର କରିଥିବା ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ଦାବି କରିଥିଲେ । ଏଥିପାଇଁ ସେ ସୁପ୍ରିମ୍‌କୋର୍ଟ ଯାଇଥିଲେ। ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ପଟିଆଲ ହାଉସକୋର୍ଟରେ ଅନୁଭବଙ୍କ ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି।

Comments are closed.