Odisha Link
Bridging the Missing Links in Odisha

ଉପନିର୍ବାଚନ: କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ଉପନିର୍ବାଚନ ପାଇଁ କଂଗ୍ରେସର ବି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ, ଜିତେନ୍ଦ୍ର ସିଂ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ, ସପ୍ତିଗିରି ଉଲାକା, ପ୍ରସାଦ ହରିଚନ୍ଦନ, ତାରା ବାହିନୀପତି, ସୁର ରାଉତରାୟ, ରଞ୍ଜୀବ ବିଶ୍ବାଳ, ମହମ୍ମଦ ମୋକିମ୍‌, ଗଣେଶ୍ବର ବେହେରା, ସନ୍ତୋଷ ସିଂ ସାଲୁଜାଙ୍କା ତାଲିକାରେ ରହିଛି

ଅନ୍ୟପଟେ ବାଲେଶ୍ୱର ସଦର ଓ ତିର୍ତେଲ ବିଧାନସଭା ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା, ନବ କିଶୋର ଦାସ, ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ,ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସାଂସଦ ରାଜଶ୍ରୀ ମଲ୍ଲିକ , ସଞ୍ଜୟ ଦାସ ବର୍ମା ରହିଛନ୍ତି। ସେହିପରି ଏହି ତାଲିକାରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ, କୁନା ତ୍ରିପାଠୀଙ୍କ ନାଁ ରହିଛି। ତେବେ ସାଂସଦ ଅନୁଭବ ମହାନ୍ତିଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଛି।

ସେପଟେ ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ମଧ୍ୟ ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ଅପରାଜିତା ଷଢ଼ଙ୍ଗୀ, ବସନ୍ତ କୁମାର ପଣ୍ଡା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବୈଜୟନ୍ତ ପଣ୍ଡା, ଅରୁଣ ସିଂହ, ସୌଦାନ ସିଂ, କେ.ଭି. ସିଂଦେଓ, ମନମୋହନ ସାମଲ, ପୃଥୀରାଜ ହରିଚନ୍ଦନ, ବିଜୟ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ଏହି ତାଲିକାରେ ରହିଛି।

Comments are closed.