Odisha Link
Bridging the Missing Links in Odisha

କୁନା ତ୍ରିପାଠି ହେଲେ ନିଶାମୁକ୍ତି ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର

କଟକ : କଟକ ଜିଲ୍ଲାରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ପାଇଁ ସତ୍ୟବ୍ରତ ତ୍ରିପାଠୀ(କୁନା)ଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଛି । ଗତ ୧୪ ତାରିଖରେ ଏ ନେଇ କଟକ ଜିଲ୍ଲାପାଳଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ସେଲ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ନିଶାମୁକ୍ତ ଭାରତ ଅଭିଯାନ ପାଇଁ କୁନା ତ୍ରିପାଠୀଙ୍କୁ ଜି୍ଲ୍ଲାର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତ କରାଯାଇଛି ।

ଏଥିରେ ସଚେତନତା କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, ବିଜ୍ଞାପନ ଆଦି ଅନ୍ତର୍ଭୁକ୍ତ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ, କୁନା ତ୍ରିପାଠୀ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ସିନେମା, ଧାରାବାହିକ ଏବଂ ମନୋରଞ୍ଜନ ଧର୍ମୀ ସଚେତନତା କାର୍ଯ୍ୟକ୍ରମ ଜରିଆରେ କୁନା ତ୍ରିପାଠୀ ଏକ ଘରେ ଘରେ ପରିଚିତ ନାମ । କୁନାଙ୍କ ଯୋଗଦାନ ଆଗାମୀ ଦିନରେ କଟକ ଜିଲାରେ ନିଶାମୁକ୍ତ ଅଭିଯାନକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।

Comments are closed.