Odisha Link
Bridging the Missing Links in Odisha

ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଗିରଫ କରିଛି। ଏମାନଙ୍କଠାରୁ ୫ଟି ପିସ୍ତଲ, ୨ଟି ରିଭଲଭର ଓ ଗୋଟିଏ ଏୟାର ଗନ୍ ଓ ୧୨ ରାଉଣ୍ଡର ଗୁଳି ଜବତ ହୋଇଛି। ଗିରଫ ହୋଇଥିବା ବନ୍ଧୁକ ବେପାରୀଙ୍କ ନାମ ରାକେଶ ଜେନା ଓ ବିକାଶ ବେହେରା। ତେବେ ବନ୍ଧୁକ ବେପାରୀଙ୍କୁ ଠାବ କରିବା ପରେ ପୋଲିସ ନଜର ଏବେ ଏମାନଙ୍କ ସମ୍ପୂର୍ଣ୍ଣ ଗାଙ୍ଗ ଉପରେ ରହିଛି।

ବନ୍ଧୁକ ବେପାରୀମାନେ କେଉଁଠାରୁ ଏଭଳି ମାରଣାତ୍ମକ ଅସ୍ତ୍ର ଆଣୁଛନ୍ତି ଓ ରାଜଧାନୀରେ ଏମାନଙ୍କ ଗ୍ରାହକ କିଏ ସେ ଉପରେ ପୋଲିସର ତଦନ୍ତ ଜାରି ରହିଛି। ଆଗାମୀ ସମୟରେ ଏଭଳି ବନ୍ଧୁକ ବେପାରୀମାନଙ୍କୁ କାବୁ କରିବା ପାଇଁ ପୋଲିସ ସବୁ ପ୍ରକାର ପ୍ରୟାସ କରିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏସମ୍ୱର୍କିତ ସୂଚନା ଦେଇ କହିଛନ୍ତି ଯେ ସରକାର ଗିରଫ ହୋଇଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଜେରା କରିବା ପରେ ହିଁ ଏହି ଅପରାଧ ନେଇ ସବିଶେଷ ତଥ୍ୟ ମିଳିପାରିବ।

Comments are closed.