Odisha Link
Bridging the Missing Links in Odisha

ବନ୍ୟା ପାଇଁ ସତର୍କ ସୂଚନା ଦେଲେ ଏସଆରସି

ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୯ ତାରିଖରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ରୁ ୨୧ ତାରିଖ ଅର୍ଥାତ୍ ତିନିଧରି ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ସମସ୍ତ ଜିଲ୍ଲାପାଳକୁ ଏସ୍‌ଆରସି ଚିଠି ଲେଖିଛନ୍ତି।

ବିଶେଷକରି ଦକ୍ଷିଣ ଓଡ଼ିଶାରେ ବନ୍ୟା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ନେଇ ଆସନ୍ତା ୨୦ରେ ୨ ଜିଲ୍ଲା ଏବଂ ୨୧ ତାରିଖରେ ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୨୦ ଓ ୨୧ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବାବେଳେ ୨୧ ତାରିଖ ପାଇଁ କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ପାଇଁ ଅରେଞ୍ଜିଂ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comments are closed.