Odisha Link
Bridging the Missing Links in Odisha

ଭାରତରେ ରୁଷ କରୋନା ଟୀକାର ପରୀକ୍ଷଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଭୂତାଣୁ ମାରିବା ପାଇଁ ଟିକା ପ୍ରସ୍ତୁତି ଲାଗିଛନ୍ତି ବିଭିନ୍ନ ଦେଶ। ହେଲେ ଏଯାଏଁ ଟିକା ବାହାରି ପାରି ନାହିଁ। ଏହାର ଭିତରେ ଭାରତରେ ଋଷ କରୋନା ଟୀକାର ପରୀକ୍ଷଣ ପାଇଁ ଅନୁମତି ମିଳିଛି। ‘ସ୍ପୁଟନିକ ଭି’ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡିସିଜିଆଇ। ଭାରତରେ ଥିବା ଡକ୍ଟର ରେଡିଜ ଲାବୋରୋଟୋରିକୁ ଅନୁମତି ଦେଇଛି ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ।‘ସ୍ପୁଟନିକ ଭି’ ଟିକାର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଭାଲ୍ଦୀମିର ପୁତିନଙ୍କ ଝିଅକୁ ଦିଆଯାଇଥିଲା। ପରେ ଏହି ଟିକାକୁ ନେଇ ଅନେକ ଆଶଙ୍କା ରହିଥିଲା । ତେବେ ଏବେ ଭାରତରେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି।

କରୋନା ମହାମାରୀର ମୁକାବିଲା ପାଇଁ ଟିକା ବାହାର କରିବାକୁ ବିଶ୍ୱର ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସମୟରେ ଅଗ୍ରାଧିକାର ଭିତିରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଚିହ୍ନଟ ପ୍ରକିୟା ଆରମ୍ଭ କରିଛି ଭାରତ। ପ୍ରାଥମିକ ଭାବେ ୫୦ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ, ୨ କୋଟି ପୋଲିସ, ମୁନସିପାଲ କର୍ମଚାରୀ ଓ ସେନା ବାହିନୀର ଯବାନ , ୨୬ କୋଟି ୫୦ ବର୍ଷରୁ ଅଧିକ ବର୍ଷର ଲୋକ ଓ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଏହି ଟିକା ଦେବାକୁ ବ୍ୟବସ୍ଥା କରାଯାଉଛି। ସେମାନଙ୍କୁ ୬୦ କୋଟି ଭାକସିନର ଡୋଜ୍ ଦିଆଯିବାକୁ ଆକଳନ କରାଯାଇଛି।

ଭାକସିନର ବ୍ୟବାହାର ପାଇଁ ଅନୁମତି ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ। ବର୍ତମାନ ଦେଶରେ ତିନିଟି ଟିକାର ମାନବ ପରୀକ୍ଷଣ ଜାରି ରହିଛି। ଏଥିରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ସହ ସହବନ୍ଧିତ ଥିବା ପୁନେର ଔଷଧ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଟ୍ରାଏଲ ସବୁଠୁ ଆଗରେ ରହିଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ଆସିଯିବ ବୋଲି କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.