Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁନି: ମାନସଙ୍କ ମା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବାଲେଶ୍ବର ବିଜେପି ପ୍ରାର୍ଥୀଙ୍କ ମା। ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ମା ତଥା ସ୍ବର୍ଗତ ମଦନ ଦତ୍ତଙ୍କ ସ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ। ବିଜେଡ଼ି ମନ୍ତ୍ରୀ ରାଜା ସ୍ବାଇଁ ମୋ ସ୍ବାମୀଙ୍କ ମୃତ୍ୟୁଙ୍କୁ ସୁଯୋଗ କହିଲେ। ଭାବିଥିଲି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କୁ ତାଗିଦ କରିବେ। ଭାବିଥିଲି ଏଥିପାଇଁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବେ। ହେଲେ ଚୁପ୍‌ ରହିଲେ। ଆଜି ଭର୍ଚୁଆଲ ରାଲିରେ ମୁଖ୍ୟମନ୍ତ୍ରୀ ଏନେଇ ପଦଟିଏ ବି କହିଲେ ନାହିଁ। ବିଜେଡ଼ି ନେତା କୁନା ତ୍ରିପାଠୀ ମୋ ସ୍ବାମୀଙ୍କୁ ଅକାମୀ ଟ୍ରାନ୍ସଫର୍ମର କହିଲେ। ଏହା ମୋତେ ବହୁତ କଷ୍ଟ ଦେଇଛି। ମୁଖ୍ୟମନ୍ତ୍ରୀ ଏତେ ନିଷ୍ଠୁର ହୁଅନ୍ତୁ ନାହିଁ ବୋଲି କହିଛନ୍ତି ମାନସଙ୍କ ମା।

ପ୍ରକାଶ ଯେ, ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ। ବାଲେଶ୍ୱର ବାସୀଙ୍କତୁ ସମ୍ବୋଧନ କରି ସେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଭୋଟ ଦେବାକୁ କହିଥିଲେ । ଏହାସହ ଏଥର ସେ ବିଜେପୁର ପରି ବାଲେଶ୍ୱର ଦାୟିତ୍ୱ ନେବେ ବୋଲି କହିଛନ୍ତି ।

Comments are closed.