ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ନାଁରେ ଏତଲା

ବାଲେଶ୍ଵର: ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି । ଏନେଇ ଅଭିଯୋଗ ଦାୟର କରିଛନ୍ତି ଯାତ୍ରା କଳାକାର ବାପି ପଣ୍ଡା। ବାଲେଶ୍ଵର ଏସଡିଜେମ୍ କୋର୍ଟରେ କେଶ୍ ଫାଇଲ କରିବା ପରେ, ମାନ୍ୟବର କୋର୍ଟ ଏହାର ତତନ୍ତ ପାଇଁ ବାଲେଶ୍ବର ଟାଉନ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୋସିଆଲ ମିଡ଼ିଆରେ ରାଣୀ ପଣ୍ଡା ବାପି ପଣ୍ଡାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥବାରୁ ବାପି କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି। ତେବେ ଏହି ବିଷୟରେ ରାଣୀ ପଣ୍ଡାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ସେ ମଧ୍ୟ ବାପୀ ପଣ୍ଡା ଓ ଅନ୍ୟ କଳାକାରଙ୍କ ବିରୁଦ୍ଧରେ କେଶ କରିଛନ୍ତି।
ପ୍ରକାଶ ଯେ, ଭୁବନେଶ୍ଵର ସ୍ଥିତ ମାଷ୍ଟରକ୍ୟାଣ୍ଡିନ ଛକଠାରେ ଯାତ୍ରା ପାଇଁ ଅନୁମତି ଦେବା ଏବଂ କଳାକାରଙ୍କ ଦାବି ପୂରଣ ପାଇଁ ଯାତ୍ରା କଳାକାର ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ରାଣୀ ପଣ୍ଡା ଖୁଲମଖୁଲା ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହା ପୂର୍ବରୁ ସେ ବାଲେଶ୍ଵର ସଦର ବିଧାନସଭା ଉପ ନିର୍ବାଚନରେ ସ୍ଵାାଧୀନ ପ୍ରାର୍ଥୀ ବେଣୁଧର ବାରିକ ଅର୍ଥାତ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଥିଲେ। ଏଥି ସହ ମଉସାଙ୍କୁ ସାଇକେଲ୍ ମଧ୍ୟ ଦେଇଥିଲେ।
Comments are closed.