Odisha Link
Bridging the Missing Links in Odisha

ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁରର ୩ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ହେଲା ମିସାଇଲ୍। ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ କରିପାରୁଥିବା QUICK REACTION SUFACE TO AIR MISSILE ପରୀକ୍ଷଣ ସଫଳ ହୋଇଛି।

ଏହି କ୍ଷେପଣାସ୍ତ୍ର ପାଇଲଟଲେସ୍ ଟାର୍ଗେଟ ଏୟାରକ୍ରାଫ୍ଟ ବଂଶୀକୁ ଲକ୍ଷ୍ୟଭେଦ କରିଛି। ଏଥିରେ ବ୍ୟବହୃତ ସମସ୍ତ ଯନ୍ତ୍ରାଂଶ ସ୍ବଦେଶୀ ବୋଲି ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି। ତଥ୍ୟ ସଂଗ୍ରହ ପାଇଁ ଖଞ୍ଜା ଯାଇଥିବା 4ଟି ସ୍ୱତନ୍ତ୍ର ରାଡାର ସିଷ୍ଟମରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି।

ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଦୂରତା ମଧ୍ୟରେ ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ୍‌ କରିପାରିବ। ଏହାର ବେଗ ଶବ୍ଦର ବେଗଠାରୁ ୪.୭ ଗୁଣ ଅଧିକ। ଏହି ମିସାଇଲର ପ୍ରଥମ ପରୀକ୍ଷା ୨୦୧୭ରେ କରାଯାଇଥିଲା।

Comments are closed.