Odisha Link
Bridging the Missing Links in Odisha

ପେଣ୍ଠ ସମୁଦ୍ର କୂଳରେ ୧୪୪ ଧାରା

ପଟ୍ଟାମୁଣ୍ଡାଇ: ପର୍ଯ୍ୟଟକଙ୍କ ପାଇଁ ପେଣ୍ଠ ସମୁଦ୍ର କୂଳରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିୟମ ଜାରି କରିଛି। ନାଲି ପତାକା ଲଗାଇ ସର୍ବସାଧାରଣ ଲୋକଙ୍କୁ ଅବଗତ କରାଇବା ସହିତ ଆଜିଠାରୁ ୧୪୪ ଧାରା ଲାଗୁ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୫ଦିନ ମଧ୍ୟରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଗାଧୋଇବା ବେଳେ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ ଯିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ। ଗତ ୧ ତାରିଖରେ ଯାଜପୁର ଜିଲ୍ଲା ଜରି ଗାଁର ଗୌରବ ରଥ ଓ ଗତ ୧୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗୁପ୍ତିରା ଗାଁର ସତ୍ୟଜିତ ବାଇ ପେଣ୍ଠ ସମୁଦ୍ର କୂଳରେ ବୁଲିବାକୁ ଯାଇ ଗାଧୋଇବା ସମୟରେ ପାଣିରେ ଭାସିଯାଇଥିଲେ।

ଗୌତମଙ୍କର ମୃତଦେହ ମିଳିଥିବା ବେଳେ ଏପର୍ଯ୍ୟନ୍ତ ସତ୍ୟଜିତଙ୍କ ମୃତଦେହ ମିଳିପାରିନାହିଁ। ସେପଟେ କୋଭିଡ୍ କଟକଣା ସମୟରେ ସବୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ପଡିଥିବା ବେଳେ ପେଣ୍ଠରେ ପ୍ରଶାସନ ତରଫରୁ କଟକଣା ଲଗାଯାଇନଥିଲା । ଯେଉଁଥି ପାଇଁ ପେଣ୍ଠରେ ପର୍ଯ୍ୟଟକଙ୍କ ସଂଖ୍ୟା ବେଶ ବଢିବାରେ ଲାଗିଥିଲା। ତେଣୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିବାରୁ ଆଜିଠାରୁ ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଛି।

ପେଣ୍ଠ ସମୁଦ୍ର ପାଣିରେ ଗୋଡ ବୁଡାଇବାକୁ ମଧ୍ୟ କଟକଣା ଲଗାଯାଇଛି। କଟକଣା ନମାନିଲେ ପର୍ଯ୍ୟଟକମାନେ ଜରିମନା ଦେବେ ବୋଲି ସୂଚନା ପ୍ରଦାନ କରାଯାଇଛି।

Comments are closed.