Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ଆଉ ୬୪୮ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩,୦୭,୩୭୪ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହି ପରି ଅନୁଗୁଳ ଜିଲ୍ଲାରୁ ୫୧, କଳାହାଣ୍ଡିରୁ ୪୮, କଟକରୁ ୪୦, ସୁନ୍ଦରଗଡରୁ ୩୫, ବଲାଙ୍ଗୀରରୁ ୩୪, ପୁରୀରୁ ୩୪, ଜଗତସିଂହପୁରରୁ ୩୨, ବରଗଡରୁ ୩୧, ବାଲେଶ୍ଵରରୁ ୨୯, କେନ୍ଦୁଝରରୁ ୨୫, କେନ୍ଦ୍ରାପଡାରୁ ୨୪, ମୟୂରଭଞ୍ଜରୁ ୨୪, ଢେଙ୍କାନାଳ ଜିଲ୍ଲାରୁ ୨୩, ନୂଆପଡାରୁ ୨୦, ସମ୍ବଲପୁରରୁ ୨୦, ରାୟଗଡାରୁ ୧୮, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୨, ମାଲକାଗନିରିରୁ ୧୦, ଝାରସୁଗୁଡାରୁ ୯, ଗଞ୍ଜାମରୁ ୮, ଭଦ୍ରକରୁ ୬, ଯାଜପୁରରୁ ୪, କନ୍ଧମାଳରୁ ୪, ଦେବଗଡରୁ ୩, ଗଜପତିରୁ ୩, ସୋନପୁରରୁ ୩, କୋରାପୁଟରୁ ୧ ଓ ନୟାଗଡରୁ ଜଣେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୫୨୭୧କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି।

Comments are closed.