Odisha Link
Bridging the Missing Links in Odisha

ଡମ୍ପର ଧକ୍କାରେ ୬ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଡମ୍ପର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଚାଲି ଚାଲି ଯାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଚଢ଼ି ଯାଇଥିଲା।

୬ ଜଣ ମୃତଙ୍କ ମଧ୍ୟରେ ୨ ଜଣ ମହିଳାଥିବା ବେଳେ ୪ ଜଣ ପୁରୁଷ ଥିବା ସୂଚନା ମିଳିଛି। ପୁଲିସ୍‌ ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଡମ୍ପରଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖିଛି। ସୂଚନା ମୁତାବକ, ଡମ୍ପରଟି ପ୍ରଥମେ ୪ ଜଣଙ୍କୁ ମାଡି ଦେଇଥିବା ବେଳେ, ପରେ କିଛି ବାଟ ଯାଇ ଆଉ ୨ ଜଣଙ୍କୁ ମାଡି ଦେଇଛି।

Comments are closed.