Odisha Link
Bridging the Missing Links in Odisha

ଓଡ଼ିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚି ମହାନ୍ତିଙ୍କୁ ଯୁଦ୍ଧ ସେବା ମେଡ଼ାଲ

ଭୁବନେଶ୍ୱର: ପୁଣି ଗୌରବ ଆଣିଲେ ଓଡ଼ିଆ ପୁଅ। ଓଡ଼ିଆ ପୁଅ କର୍ଣ୍ଣେଲ ପୂଣ୍ୟବାଚି ମହାନ୍ତିଙ୍କୁ ଯୁଦ୍ଧ ସେବା ମେଡ଼ାଲ ପ୍ରଦାନ କରାଯାଇଛି। ସୀମାରେ ଚୀନ ସେନାଙ୍କ ବିରୋଧରେ ପରାକ୍ରମ ପାଇଁ ପୂଣ୍ୟବାଚି ମହାନ୍ତିଙ୍କୁ ଏହି ମେଡ଼ାଲ ପ୍ରଦାନ କରାଯାଇଛି। ଏବେ ପୂଣ୍ୟବାଚି ମହାନ୍ତି ୯ ପାରା ସ୍ପେଶାଲ ଫୋର୍ସେସରେ କାର୍ଯ୍ୟରତ ଅଛନ୍ତି।

ପୂର୍ବରୁ ସେନାରେ ବୀରତ୍ୱ ପାଇଁ ପୂଣ୍ୟବାଚି ମହାନ୍ତିଙ୍କୁ ସେନା ମେଡାଲ ମିଳିଥିଲା। ତେବେ ଏବେ ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Comments are closed.