Odisha Link
Bridging the Missing Links in Odisha

ଆରଆରବି ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ମନା

ଭୁବନେଶ୍ୱର: ଆରଆରବି ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟାଇନ ମନା ହୋଇଛି। ମାର୍ଚ୍ଚ ୩ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଭୁବନେଶ୍ୱରରେ ଆରଆରବି ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ବାହାର ରାଜ୍ୟ ବିଶେଷକରି ଛତିଶଗଡ଼ରୁ ପ୍ରାୟ ୧୦ ହଜାର ୫ ଶହ ଜଣ ଛାତ୍ରଛାତ୍ରୀ ଭାଗ ନେବେ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରୁ ପରୀକ୍ଷା ଦେବାକୁ ଆସୁଥିବା ପରୀକ୍ଷାର୍ଥୀଙ୍କ ଲାଗି ହୋମ୍ କ୍ୱାରେଣ୍ଟାଇନ୍ ଲାଗୁ ହେବ ନାହିଁ। କିନ୍ତୁ, ସେମାନଙ୍କୁ ସମସ୍ତ କୋଭିଡ୍ କଟକଣା ମାନିବାକୁ ପଡ଼ିବ।  ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ, ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ଓ ଇଷ୍ଟକୋଷ୍ଟ ରେଲୱେକୁ ଚିଠି ଲେଖି ଅବଗତ କରାଇଛନ୍ତି।

ଆରଆରବି ପରୀକ୍ଷା ଦେବାକୁ ଛତିଶଗଡ଼ରୁ ଆସୁଥିବା ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଦେଖାଇବେ। ଆଡମିଟ୍ କାର୍ଡ ଦେଖାଇଲେ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ।

ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ହୋମ୍ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରିଥିଲେ। ନିୟମ ବଳବତ୍ତର ରହିଥିବା ବେଳେ ଏଥିରୁ ଆରଆରବି ପରୀକ୍ଷା ପାଇଁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ବାଦ୍ ଦିଆଯାଇଛି।

Comments are closed.