Odisha Link
Bridging the Missing Links in Odisha

ମା’ ବୁଢ଼ୀ ଠାକୁରାଣୀ ପୀଠରେ ୧୪୪ ଧାରା ଲାଗୁ

ବ୍ରହ୍ମପୁର: ପୁଣି ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ କଟକଣା ଲାଗୁ ହୋଇଛି। ଏହାରି ମଧ୍ୟରେ ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ ପୀଠରେ ଲାଗିଛି ୧୪୪ ଧାରା । ମା’ ବୁଢୀ ଠାକୁରାଣୀ ପୀଠ ଠାରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗିଛି। ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ କଟକଣା ଲାଗୁ ହୋଇଛି। ଗୋଟିଏ ଦିନ ବିଶ୍ରାମ ପରେ ମା’ ରାଜବାଟୀ ଯିବାର ପରମ୍ପରା ରହିଛି। ଭିଡକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ସହରରେ ଗୋଟିଏ ବର୍ଷ ଅନ୍ତରରେ ପାଳନ ହେଉଥିବା ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା କେବଳ ଓଡ଼ିଶା ନୁହେଁ, ବରଂ ପଡୋଶୀ ରାଜ୍ୟରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ବ୍ୟବସାୟୀଙ୍କର ଭିଡ଼ ହୋଇଥାଏ। ଏହି ଯାତ୍ରା ପାଇଁ ଲୋକ ଢେର ଦିନ ଆଗରୁ ଅପେକ୍ଷା କରିଥାନ୍ତି।

ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ପ୍ରବଳ ଲୋକଙ୍କର ଭିଡ଼ ହେଉଥିବାରୁ ବ୍ୟବସାୟୀମାନେ ଭଲ ରୋଜଗାର କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଏସବୁ ଫିକା ପଡ଼ିଯାଇଛି। ବ୍ରହ୍ମପୁର ସହର ଉତ୍ସବ ମୁଖର ନାହିଁ।

Leave A Reply

Your email address will not be published.