Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ ଫଟୋ ଭାଇରାଲ

ପୁରୀ: ଫେସବୁକରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ। କୋଲକାତାର ଅରଜିତ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଶ୍ରୀଜିଉଙ୍କ ରତ୍ନ ସିଂହାସନର ଫଟୋ ପୋଷ୍ଟ କରିଛନ୍ତି। ଗତ ନୃସିଂହ ଚତୁର୍ଦ୍ଦଶୀରେ ଏହି ଫଟୋ ଅପଲୋଡ଼ ହୋଇଥିବା ଜଣାପଡିଛି। ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଚି। ଏ ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ମନା। ଗତ ନୃସିଂହ ଚତୁର୍ଦ୍ଦଶୀ ବେଳକୁ ରାଜ୍ୟରେ ଲକଡାଉନ ଜାରି ରହିଛି। ଏଭଳି ପରିସ୍ଥିତିରେ କିଭଳି ଶ୍ରୀମନ୍ଦିର ଭିତରକୁ କିଏ ପ୍ରବେଶ କଲା ଏବଂ ଫଟୋ ଉଠାଗଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ରହିଥିବା ଯୋଗୁଁ ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଉଛି। କିନ୍ତୁ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ହେବା ଘଟଣା ସାମ୍ନାକୁ ଆସୁଛି ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.