Odisha Link
Bridging the Missing Links in Odisha

କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ କେନ୍ଦ୍ରର ବଡ ଘୋଷଣା

ପିଲାଙ୍କୁ ମିଳିବ ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: କରୋନାରେ ବାପା-ମାଆଙ୍କୁ ହରାଉଥିବା ପିଲାଙ୍କୁ ମିଳିବ ସହାୟତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି ଯେ, ଯେଉଁ ପିଲାଙ୍କ ପିତା-ମାତା ବା ଅଭିଭାବକଙ୍କର କରୋନାଜନିତ ମୃତ୍ୟୁ ହୁଏ, ତାଙ୍କୁ ପିଏମ କେୟାର ଫଣ୍ଡରୁ ସହାୟତା ଦିଆଯିବ। ସେମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ଷ୍ଟାଇପେଣ୍ଡ ଦିଆଯିବ ଓ ସୋମନଙ୍କୁ ୨୩ ବର୍ଷ ହେବା ପରେ ୧୦ ଲକ୍ଷ ଟଙ୍କା ଦିଆଯିବ। ପିଲାଙ୍କୁ ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟ ବୀମା ମିଳିବ। ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ।

ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଶିକ୍ଷା ଋଣ ଦିଆଯିବ ଏବଂ ପିଏମ କେୟାର ମାଧ୍ୟମରେ ଋଣର ସୁଧ ପୈଠ କରାଯିବ। ଏହା ସହିତ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯିବ ଏବଂ ଏହାର ପ୍ରିମିୟମ ମଧ୍ୟ ପିଏମ କେୟାର ମାଧ୍ୟମରେ ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପିଲାମାନେ ଭାରତର ଭବିଷ୍ୟତକୁ ପ୍ରତିନିଧିତ୍ୱ କରନ୍ତି; ସେମାନଙ୍କୁ ସମର୍ଥନ କରିବା, ସୁରକ୍ଷା ଦେବା ପାଇଁ ଆମେ ସବୁକିଛି କରିବୁ।

Leave A Reply

Your email address will not be published.