Odisha Link
Bridging the Missing Links in Odisha

କରୋନାରେ ୧୫୦୦ ଡାକ୍ତରଙ୍କ ମୃତ୍ୟୁ: ଆଇଏମଏ

ନୂଆଦିଲ୍ଲୀ: ମହାମାରୀ କରୋନାରେ ବହୁ ଡାକ୍ତରଙ୍କ ଜୀବନ ନେଲାଣି। କରୋନା ଦ୍ୱିତୀୟ ଲହରରେ ୮୦୦ ଡାକ୍ତରଙ୍କ ଜୀବନ ଗଲାଣି। ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୧୫୦୦ରୁ ଅଧିକ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଜାତୀୟ ଡାକ୍ତର ଦିବସରେ ଏଭଳି ଚିନ୍ତାଜନକ ତଥ୍ୟ ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)।

ବିହାର ଓ ଦିଲ୍ଲୀରେ ସର୍ବାଧିକ ଡାକ୍ତରଙ୍କ କୋଭିଡରେ ମୃତ୍ୟୁ ହୋଇଛି ବୋଲି ଆଇଏମଏ କହିଛି। ଦୁଃଖର କଥା କର୍ଣ୍ଣାଟକରେ ୫ମାସ ଗର୍ଭବତୀ ଜଣେ ଡାକ୍ତରଙ୍କ ସମେତ ବିହାରରେ ୮୦ ବର୍ଷର ଜଣେ ଡାକ୍ତରଙ୍କ ଜୀବନ ନେଇଛି ଭାଇରସ। ସେହିପରି ତେଲଙ୍ଗାନାରେ ୯୬ ବର୍ଷ ବୟସ୍କା ଜଣେ ରେଡିଓଲୋଜିଷ୍ଟ ବି ମହାମାରୀରେ ପ୍ରାଣ ହରାଇଛନ୍ତି।

ମୃତ ଡାକ୍ତରଙ୍କ ମଧ୍ୟରୁ କିଛି ଡାକ୍ତର ଦୁଇଟି ଯାକ ଡୋଜ ନେଇଥିବା ବେଳେ ଆଉ କେତେକ ଡୋଜ ନେଇ ନଥିଲେ। ଆଉ କେହିକେହି ଗୋଟିଏ ଡୋଜ ନେଇଥିଲେ। ଆଇଏମଏ ମହାସଚିବ ଡାକ୍ତର ଜୟେଶ ଲେଲେ କହିଛନ୍ତି ଯେ, ଡାକ୍ତରଙ୍କ ମୃତ୍ୟୁ ନେଇ ପ୍ରତି ରାଜ୍ୟରୁ ତଥ୍ୟ ସଂଗ୍ରହ କରାଯାଉଛି।

Leave A Reply

Your email address will not be published.