Odisha Link
Bridging the Missing Links in Odisha

ଧୂପକାଠି ବ୍ୟବସାୟରେ ପାଦ ଥାପିଲେ ତେଜ ପ୍ରତାପ, କହିଲେ-ଦିନେ ଜଳିଲେ ୧୦ ଦିନ…

ଥରେ ତେଜ ପ୍ରତାପ ମଥୁରା-ବୃନ୍ଦାବନରୁ ଏହିଭଳି ଧୂପକାଠି କିଣିଥିଲେ। ଏହାପରେ ସେ ତାଙ୍କର ଜଣେ ବନ୍ଧୁଙ୍କ ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ଦେଖିବାକୁ ପାଇଥିଲେ।

ପାଟନା: ଲାଲୁ ଯାଦବ ଓ ରାବଡ଼ୀ ଦେବୀଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ଆଉ ଥରେ ଚର୍ଚ୍ଚାରେ ତେଜପ୍ରତାପ ଏଥିପାଇଁ ଯେ, ସେ ଧୂପକାଠି ବ୍ୟବସାୟ ଆରମ୍ଭ କରିଛନ୍ତି। ସେ ତାଙ୍କର ବ୍ୟବସାୟ ନାମ L-R ଅର୍ଥାତ୍ ଲାଲୁ-ରାବଡି ରାଧାକୃଷ୍ଣ ରଖିଛନ୍ତି। ଏହି ଧୂପକାଠିର ଖାସ୍ ବିଶେଷତ୍ତ୍ଵ ହେଉଛି ଏହା ମନ୍ଦିରରୁ ବର୍ଜ୍ୟ ଭାବରେ ବାହାରୁଥିବା ଫୁଲରୁ ନିର୍ମିତ। ଏଥିରେ କୌଣସି ପ୍ରକାରର କେମିକାଲ ବ୍ୟବହାର କରାଯାଉ ନାହିଁ।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ତେଜ ପ୍ରତାପ ଦାବି କରିଛନ୍ତି ଯେ, ଏହି ଧୂପକାଠି ଜଳିବାର ୧୦ ଦିନ ପରେ ମଧ୍ୟ ଏହା ଘରକୁ ସୁଗନ୍ଧିତ କରିଥାଏ। ଲାଲୁ ପ୍ରସାଦ ଯେତେବେଳେ ଜେଲରେ ବନ୍ଦ ଥିଲେ ସେହି ସମୟରେ ତେଜ ପ୍ରତାପ ତାଙ୍କ ପିତାଙ୍କୁ ଏହି ଧୂପକାଠି ଦେଇଥିଲେ। ତେବେ ଏହାଦ୍ଵାରା ଲୋକମାନଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇଛି। ଏହା ସହ ତେଜ ପ୍ରତାପ ଖୁବ୍ ଶୀଘ୍ର ଶସ୍ତା ଧୂପକାଠି ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଯାହା ଫଳରେ ଗରିବ ଲୋକମାନେ ମଧ୍ୟ ଏହାକୁ କିଣିପାରିବେ।

ମିଳିଥିବା ସୂଚନା ମୁତାବିକ, ଥରେ ତେଜ ପ୍ରତାପ ମଥୁରା-ବୃନ୍ଦାବନରୁ ଏହିଭଳି ଧୂପକାଠି କିଣିଥିଲେ। ଏହାପରେ ସେ ତାଙ୍କର ଜଣେ ବନ୍ଧୁଙ୍କ ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ପ୍ରଭାବିତ ହୋଇ ପାଟନାରେ ଆୟୁର୍ବେଦିକ ଧୂପକାଠି ତିଆରି କରିବା ପାଇଁ ଚିନ୍ତା କରିଥିଲେ। ଏହାପରେ ସେ ନିଜ ପିତାଙ୍କ ନାମରେ ଥିବା ଏକ ସ୍ଥାନରେ ଫ୍ୟାକ୍ଟ୍ରି ଆରମ୍ଭ କରିଥିଲେ।

ତେଜ ପ୍ରତାପ ଏହି ଫ୍ୟାକ୍ଟ୍ରି ତିଆରି କରିବା ପୂର୍ବରୁ ମଥୁରା ବୃନ୍ଦାବନରୁ କାରିଗର ଆଣି ସ୍ଥାନୀୟ ଯୁବକମାନଙ୍କୁ ଧୂପକାଠି ପ୍ରସ୍ତୁତ କରିବା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ତେବେ ମନ୍ଦିର ବନ୍ଦ ହେବା କାରଣରୁ ଫୁଲର ଅଭାବ ସୃଷ୍ଟି ହୋଇଛି। ପୂର୍ବରୁ ଷ୍ଟକ ଥିବା ଫୁଲରୁ ଏବେ କାମ ଚାଲିଛି।

Leave A Reply

Your email address will not be published.