Odisha Link
Bridging the Missing Links in Odisha

କାଳ ହେଲା ଅନ୍ଧବିଶ୍ୱାସ, ଚେଙ୍କ ନେଲା ଜୀବନ

କେନ୍ଦୁଝର: ଆଜିର ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣଭାବେ ଲିଭିପରି ନାହିଁ। କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚିବା ପାଇଁ ଝଡ଼ାଫୁଙ୍ଖା କରୁଛନ୍ତି ତ କେଉଁଠି ଚେଙ୍କ ଚିକିତ୍ସା କରୁଛନ୍ତି। ଏହି ଅନ୍ଧବିଶ୍ୱାସ ସାଜିଛି କାଳ। ଏଭଳି କିଛି ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ କଇଁସାରି ଗାଁରେ ଦେଖିବାକୁ ମିଳିଛି।

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚାଇବା ଲାଗି ଜଣେ ଯୁବକଙ୍କ ଶରୀରରେ ୫ ଶହରୁ ଅଧିକ ଚେଙ୍କ ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକ ହେଲେ ୩୪ ବର୍ଷୀୟ ବିକାଶ ଦେହୁରୀ।

ସୂଚନା ମୁତାବକ, କଇଁସାରି ଗାଁର ବିକାଶ ଦେହୁରି ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ହେଲେ ତାଙ୍କର ଡାକ୍ତରୀ ଚିକିତ୍ସା କରାଇ ନଯାଇ ଚେଙ୍କ ଦିଆଯାଉଥିଲା। କିଛି ଦିନ ହେଲା ଧୀରେ ଧୀରେ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଥିଲେ ମଧ୍ୟ କୌଣସି ଡାକ୍ତରଙ୍କୁ ପରିବାର ଲୋକ ଦେଖାଇନଥିଲେ କି ଡାକ୍ତରଖାନା ବି ନେଇନଥିଲେ। ତାଙ୍କୁ ୫ ଶହରୁ ଅଧିକ ଚେଙ୍କ ଦିଆଯାଇଥିଲା।

ଯକ୍ଷ୍ମାରେ ପୀଡ଼ିତ ବିକାଶଙ୍କ ଶରୀରରେ ଏତେ ଚେଙ୍କ ଦିଆଯିବା ଫଳରେ ସେ ଆହୁରି ଦୁର୍ବଳ ହୋଇପଡ଼ିଥିଲେ। ଶେଷରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ବାରମ୍ବାର ଚେଙ୍କ ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

Leave A Reply

Your email address will not be published.