Odisha Link
Bridging the Missing Links in Odisha

୨୮ ବର୍ଷ ପରେ କୋପା ଆମେରିକା ଚମ୍ପିଆନ୍‌ ହେଲା ଆର୍ଜେଣ୍ଟିନା

ଆମେରିକା: ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ। କୋପା ଆମେରିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ବ୍ରାଜିଲକୁ ମାତ୍‌ ଦେଇ ଟ୍ରଫି ହାତେଇଲା ଆର୍ଜେଣ୍ଟିନା। ୧୯୯୩ ମସିହା ପରେ ପ୍ରଥମ ଥର ପାଇଁ କୋପା ଆମେରିକା ଟାଇଟଲ ଜିତିବାରେ ସଫଳ ହୋଇଛି। ଫାଇନାଲ ମ୍ୟାଚରେ ବ୍ରାଜିଲକୁ ୧-୦ରେ ହରାଇ ଚମ୍ପିଆନ୍‌ ହୋଇଛି ମେସିଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ଟିମ୍‌।

ଦଳର ଷ୍ଟାର ଫୁଟବଲର ଲିୟୋନଲ ମେସୀଙ୍କ ପାଇଁ ଏହି ଟାଇଟଲ ଖାସ ଅଟେ। କାରଣ ମେସୀ ବିଭିନ୍ନ କ୍ଲବ ତରଫରୁ ଖେଳି ଟାଇଟଲ ଜିତିଥିଲେ ମଧ୍ୟ ନିଜ ଦେଶକୁ କୌଣସି ବଡ ଟାଇଟଲ ଜିତାଇ ନଥିଲେ। ପ୍ରଥ‌ମଥର ପାଇଁ ମେସୀ ଜାତୀୟ ଦଳକୁ ଟାଇଟଲ ଦେବାରେ ସଫଳ ହୋଇଛନ୍ତି। ଲିୟୋନଲ ମେସୀଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୧୫ ଓ ୨୦୧୬ରେ ଦୁଇଥର ଫାଇନାଲରେ ପହଁଚିଥିଲା। କିନ୍ତୁ ଟାଇଟଲ ଜିତିନଥିଲା। ଦଳ ଶେଷ ଥର ପାଇଁ ୧୯୯୩ରେ କପ୍ ଜିତିଥିଲା।

ଶନିବାର ଖେଳାଯାଇଥିବା ଏହି ମୁକାବିଲାରେ ଆର୍ଜେଣ୍ଟିନା ବ୍ରାଜିଲକୁ ୧-୦ ଗୋଲରେ ହରାଇ ଟାଇଟଲ୍ ହାସଲ କରିଛି। ଆର୍ଜେଣ୍ଟିନା ତରଫରୁ ଆଞ୍ଜେଲ ଡି ମାରିୟା ଗୋଟିଏ ଗୋଲ କରିଥିଲେ। ଡି ମାରିଆ ଖେଳର ୨୨ ତମ ମିନିଟରେ ପ୍ରତିପକ୍ଷକୁ ଗୋଲ୍ ଦେଇଥିଲେ।

Leave A Reply

Your email address will not be published.