Odisha Link
Bridging the Missing Links in Odisha

ଚେସ୍‌ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କଲେ ପଦ୍ମିନୀ

ଭୁବନେଶ୍ୱର: ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ ରୁଷିଆର ସୋଚିରେ ଆରମ୍ଭ ହୋଇଥିବା ଚେସ୍‌ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ସୋମବାରଠୁ ଚେସ୍‌ ବିଶ୍ୱକପ୍‌ ଆରମ୍ଭ ହୋଇଛି।

ପଦ୍ମିନୀ ପ୍ରଥମ ମ୍ୟାଚ୍‌ରେ ଆଜରବାଇଜାନର ମହିଳା ଗ୍ରାଣ୍ଡମାଷ୍ଟର ଫତାଲିଏଭା ଉଲଭିଆଙ୍କୁ ଭେଟିଥିଲେ। ଏହି ବିଜୟ ସେ ରାଉଣ୍ଡ-୩୨କୁ ଉନ୍ନୀତ ହୋଇଛନ୍ତି। ଏହି ରାଉଣ୍ଡରେ ଆଇଏମ୍‌ ସରାସଦତ ଖାଡେମାଲସାରହିଙ୍କୁ ଭେଟିବେ।

ପଦ୍ମିନୀ କରୋନା ମହାମାରୀ ପାଇଁ ଦୀର୍ଘ ଦେଢ଼ ବର୍ଷ ପରେ ବିଦେଶ ଗସ୍ତରେ ଯାଇଛନ୍ତି। ଭାରତୀୟ ଦଳରେ ତାଙ୍କ ସହ ରହିଛନ୍ତି ଭକ୍ତି କୁଲକର୍ଣ୍ଣି, ଡ୍ରୋନାଭାଲି ହାରିକା ଓ ଆର. ବୈଶାଳୀ। ଚଳିତ ବର୍ଷ ପଦ୍ମିନୀଙ୍କ ନାମ ଅର୍ଜୁନ ପୁରସ୍କାର ପାଇ ସୁପାରିସ ହୋଇଛି।

Leave A Reply

Your email address will not be published.