Odisha Link
Bridging the Missing Links in Odisha

କାୟା ମେଲାଉଛି କପା ଭ୍ୟାରିଆଣ୍ଟ, ରାଜସ୍ଥାନରେ ୧୧ ଆକ୍ରାନ୍ତ ଚିହ୍ନଟ

ରାଜସ୍ଥାନ: ଡେଲଟା ଓ ଡେଲଟା ପ୍ଲସ ପରେ ଏବେ କାୟା ମେଲାଉଛି କପା ଭ୍ୟାରିଆଣ୍ଟ। ରାଜସ୍ଥାନରେ ଏବେ କରୋନାର ଏହି ନୂଆ ଭ୍ୟାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଭୂତାଣୁର ନୂଆ ରୂପ ‘କପା’କୁ ଚିନ୍ତା ବଢ଼ିଲାଣି।

ରାଜସ୍ଥାନରେ ନୂଆ ଭ୍ୟାରିଆଣ୍ଟ ଆକ୍ରାନ୍ତ ୧୧ଜଣ ଚିହ୍ନଟ ହୋଇଛନ୍ତି। ୪ ଆକ୍ରାନ୍ତ ଜୟପୁରରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଅଲଓ୍ୱର, ୨ ଜଣ ବାଡ଼ମେର ଓ ଜଣେ ଆକ୍ରାନ୍ତ ଭିଲଓ୍ୱାଡ଼ାର ବୋଲି ସୂଚନା ମିଳିଛି। ତେବେ କରୋନାର ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଏହି ଭ୍ୟାରିଆଣ୍ଟ କମ୍ ମାରାତ୍ମକ ବୋଲି ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ରଘୁ ଶର୍ମା କହିଛନ୍ତି।

ଏହା ପୂର୍ବରୁ ଉତ୍ତରପ୍ରଦେଶର ଲକ୍ଷ୍ନୌର କିଙ୍ଗ୍‌ ଜଜ୍‌ ମେଡିକାଲ କଲେଜରେ ପରୀକ୍ଷା ହୋଇଥିବା ୧୦୯ଟି ନମୁନା ମଧ୍ୟରୁ ଦୁଇଟି ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଉଭୟ କପା ଭ୍ୟାରିଆଣ୍ଟ ବୋଲି ଜଣା ପଡ଼ିଥିଲା।