Odisha Link
Bridging the Missing Links in Odisha

ପୁଣି ବଢିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୨୦୭୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁ ଥିବା ବେଳେ ଆଜି ସାମାନ୍ୟ ବଢିଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୨ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୮୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୯ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୫ଜଣ, ବରଗଡ଼ ଜିଲ୍ଲାରୁ ୩୮ଜଣ, ଭଦ୍ରକ ଜିଲ୍ଲାରୁ ୧୧୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୭ଜଣ, ବୌଦ୍ଧ ଜିଲ୍ଲାରୁ ୧୨ଜଣ, କଟକ ଜିଲ୍ଲାରୁ ୨୮୩ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୧ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୫ଜଣ, ଜଗତସିଂହପୁର ଜିଲ୍ଲାରୁ ୯୯ଜମ, ଯାଜପୁର ଜିଲ୍ଲାରୁ ୧୨୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ୫ଜଣ, କନ୍ଧମାଳ ଜିଲ୍ଲାରୁ ୧୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୮ଜଣ, କେନ୍ଦୁଝର ଜିଲ୍ଲାରୁ ୪୬ଜଣ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ୪୪୩ଜଣ, କୋରାପୁଟ ଜିଲ୍ଲାରୁ ୧୦ଜଣ, ମାଲକାନଗିରି ଜିଲ୍ଲାରୁ ୪୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୧୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦ଜଣ, ନୟାଗଡ଼ ଜିଲ୍ଲାରୁ ୫୮ଜଣ, ନୂଆପଡ଼ା ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୧୩୩ଜଣ, ରାୟଗଡ଼ା ଜିଲ୍ଲାରୁ ୧୬ଜଣ, ସମ୍ବଲପୁର ଜିଲ୍ଲାରୁ ୩୦ଜଣ, ସୋନପୁର ଜିଲ୍ଲାରୁ ୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୬ଜଣ, ଷ୍ଟେଟ ପୁଲ୍‌ରୁ ୮୫ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୫୭୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୨୮୬୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୧୮୦୪୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୪୭୭୨୯୩୮ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.