Odisha Link
Bridging the Missing Links in Odisha

ଓଡ଼ିଶାରେ ଆତଙ୍କବାଦୀ, STF ଟିମ୍ ଆଲର୍ଟ

ଭୁବନେଶ୍ୱର: ଓଡ଼ିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ। ଏଭଳି ଖବର ପାଇବା ପରେ ପୁଲିସ ଏବେ ତନାଘନା ଆରମ୍ଭ କରିଦେଇଛି। କୋଲକାତାରେ ୩ ଜଣ ବାଂଲାଦେଶୀ ଆତଙ୍କବାଦୀ ଧରାପଡ଼ିବା ପ୍ରସଙ୍ଗରେ ତନାଘନା ଚାଲିଛି। କୋଳକାତା ସହ ଯୋଗାଯୋଗରେ ରହିଥିବା କହିଛନ୍ତି ଓଡ଼ିଶା ଗୁଇନ୍ଦା ଅଧତ୍କାରୀ।

କୋଲକାତା STF ଦ୍ୱାରା ୩ ଜଣ ଜମାତୁଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି। ସେମାନଙ୍କର ଓଡ଼ିଶା ସହ ଲିଙ୍କ୍ ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଓଡ଼ିଶାରେ କିଛି ଆାତଙ୍କବାଦୀ ଲୁଚି ରହିଥିବା ଖବର ମଧ୍ୟ ପ୍ରକାଶ ପାଇଛି। ଘଟଣାକୁ ଗୁରୁତର ସହ ନେଇ ଓଡ଼ିଶା ଗୁଇନ୍ଦା ବିଭାଗ କୋଲକାତା STF ସହ ଯୋଗାଯୋଗରେ ରହିଛି। ଲିଙ୍କ୍ ଥିବା ଜଣାପଡ଼ିଲେ ପଦକ୍ଷେପ ନିଆଯିବ ବୋଲି ଗୁଇନ୍ଦା ଅଧତ୍କାରୀ ସୂଚନା ଦେଇଛନ୍ତି।

ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି)ର ୧୫ ଜଣ ଆତଙ୍କବାଦୀ ପଡୋଶୀ ଦେଶରୁ ପଶ୍ଚିମବଙ୍ଗ ସୀମାରେ ପ୍ରବେଶ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୦ ଜଣ ଜାମ୍ମୁ କାଶ୍ମୀର ସମେତ ଭାରତର ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ଏବଂ ୩ ବାଂଲାଦେଶୀ ଆତଙ୍କବାଦୀ କୋଲକାତା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ହାତରେ ଧରାପଡ଼ିଥିବା ଜଣେ ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି।

ବାଂଲାଦେଶରୁ ୧୫ ଆତଙ୍କବାଦୀ ଆସିଥିବାବେଳେ କୋଲକାତାରେ ୫ ଜଣ ଥିଲେ। ସେହିପରି ଅନ୍ୟ ୧୦ ଜଣ ଓଡ଼ିଶା, ବିହାର ଓ ଜାମ୍ମୁକାଶ୍ମୀରରେ ଥିବା କୁହାଯାଉଛି । ୨୦୧୦ ପୁଣେ ବୋମା ବିସ୍ଫୋରଣ ମାମଲାରେ ବି ଏମାନଙ୍କର ସଂପୃକ୍ତି ରହିଛି। ଅପରପକ୍ଷରେ ଓଡ଼ିଶାର ଏସଟିଏଫ ଏଥିପ୍ରତି ସ୍ୱତନ୍ତ୍ର ନିଘା ରଖିଛି।

Leave A Reply

Your email address will not be published.