Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ପୁରୁଣା ଅଳଙ୍କାରଗୁଡିକ ଖିମଜୀ ଜୁଏଲର୍ସ ଦ୍ୱାରା ମରାମତି କରାଯିବ

ଭୁବନେଶ୍ୱର: ଚଳିତ ବର୍ଷ ସୁନାବେଶ ଉତ୍ସବ ପାଇଁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପରୁଣା ଅଳଙ୍କାର ଗୁଡିକ ମରାମତି କରିବାର ଦାୟିତ୍ୱ ପୁଣିଥରେ ଓଡ଼ିଶାର ସର୍ବବୃହତ ଅଳଙ୍କାର ବ୍ରାଣ୍ଡ୍ ଖିମଜୀ ଜୁଏଲର୍ସକୁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଦ୍ୱାଦଶ ବର୍ଷ ହେବ ଖିମଜୀ ଜୁଏଲର୍ସଙ୍କୁ ତିନି ଠାକୁରଙ୍କ ଅଳଙ୍କାରଗୁଡିକ ମରାମତି କରିବା ପରି ସମ୍ମାନଜନକ କାର୍ଯ୍ୟ ପ୍ରଦାନ କରାଯାଉଛି।

ଏହି ସମ୍ମାନଜନକ କାର୍ଯ୍ୟ ପାଇଁ ଖୁସି ବ୍ୟକ୍ତ କରି ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ସୁମିତ ଖିମଜୀ କହିଛନ୍ତି ଯେ, “ଚଳିତ ବର୍ଷ ମଧ୍ୟ ପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଏବଂ ମନ୍ଦିର କତୃପକ୍ଷଙ୍କ ଏହି କାର୍ଯ୍ୟ ପାଇଁ ଆମ ଉପରେ ବିଶ୍ୱାସ ଥିବାରୁ ଆମେ ନିଜକୁ ଭାଗ୍ୟବାନ ଏବଂ ପ୍ରଭୁଙ୍କ ଆର୍ଶୀବାଦ ପାଇଛୁ ବୋଲି ଅନୁଭବ କରୁଛୁ।”

ଏହି କାର୍ଯ୍ୟ କରିବାପାଇଁ ଖିମଜୀ ଜୁଏଲର୍ସ ତରଫରୁ ଉଚ୍ଚଶିକ୍ଷିତ ଏବଂ ଅଭିଜ୍ଞ ସୁନା କାରିଗରମାନଙ୍କ ଏକ ଟିମ୍ ଶ୍ରୀ ମନ୍ଦିର ପରିସରରେ ଦୃଢ ପର୍ଯ୍ୟବକ୍ଷେଣରେ ନିଯୋଜିତ ହୋଇଛନ୍ତି।

Leave A Reply

Your email address will not be published.