Odisha Link
Bridging the Missing Links in Odisha

ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ବିଟେକ୍ ପାଠ୍ୟକ୍ରମ

ନୂଆଦିଲ୍ଲୀ: ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠ୍ୟକ୍ରମ ପ୍ରଦାନକୁ ଅନୁମତି ଦିଆଯାଇଛି। ଅନ୍ୟ ଭାଷାଗୁଡ଼ିକ ହେଲେ ମରାଠି, ହିନ୍ଦୀ, ତେଲଗୁ, କନ୍ନଡ,ତାମିଲ, ଗୁଜୁରାଟି, ବଙ୍ଗଳା, ମାଲାୟଲମ, ଆହମିୟା ଓ ପଞ୍ଜାବୀ। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ବିଟ୍ କରି ସେ ଲେଖିଛନ୍ତି ଯେ, ଏଆଇସିଟିଇ ପକ୍ଷରୁ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠ୍ୟକ୍ରମ ପ୍ରଦାନକୁ ଅନୁମତି ଦିଆଯାଇଛି। ମୁଖ୍ୟଧାରା ଶିକ୍ଷାରେ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରେ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତିବଦ୍ଧ। ଜାତୀୟ ଶିକ୍ଷାନୀତିରେ ବି ବିଭିନ୍ନ ଅଂଚଳରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ବ ଦିଆଯାଇଛି।

ଏହା ପୂର୍ବରୁ ଦେଶର ୮ଟି ରାଜ୍ୟରେ ଥିବା ୧୪ଟି ଇଂଜିନିୟରିଂ କଲେଜ ବିଭିନ୍ନ ଆଞ୍ଚଳିକ ଭାଷାରେ କେତେକ ପାଠ୍ୟକ୍ରମ ପ୍ରଦାନ ପାଇଁ ଘୋଷଣା କରିଥିଲେ। ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ ଏହାକୁ ସ୍ବାଗତ କରିଛନ୍ତି।

Leave A Reply

Your email address will not be published.