Odisha Link
Bridging the Missing Links in Odisha

କ୍ୟାବିନେଟ ବୈଠକ: ୧୫ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଥିବା ବେଳେ ଏଥିରେ ୧୫ ଗୋଟି ପ୍ରସ୍ତାବ ଉପରେ ମୋହର ଲାଗିଛି।

 ଆଜି  CETକୁ ୟୁନିଟାରି ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । କଲେଜ ଅଫ ଇଂଜିନୟରିଂ ପରିବର୍ତ୍ତେ ଏହାର ନୂଆ ନାମ ଓଡ଼ିଶା ଟେକ୍ନୋଲୋଜି ଓ ଗବେଷଣା ବିଶ୍ୱବିଦ୍ୟାଳୟ (OUTR) କରାଯିବା ନେଇ ମୋହର ମାରିଛନ୍ତି ରାଜ୍ୟ କ୍ୟାବିନେଟ ।ସେହିପରି ଏଠାରେ  ସ୍ନାତକ, ସ୍ନାତ୍ତୋକତ୍ତର, ଗବେଷଣା ଏବଂ ଶିଳ୍ପ ସମ୍ପର୍କିତ ପାଠ୍ୟକ୍ରମ ନୂତନ କରି ପଢାଯିବ। ଦେଶ ଭିତରେ ଓ ବାହାରେ ଥିବା ବିଶ୍ୱବିଦ୍ୟାଳୟ ସହଯୋଗ କରିପାରିବ । ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୧୫ଟି ପ୍ରସ୍ତାବ ଉପରେ ବାଜିଛି ମୋହର।

ଏକକ ବିଶ୍ୱଦ୍ୟାଳୟରେ  ହେବ ଭୁବନେଶ୍ୱର CET କଲେଜ୍ ।  ଏନେଇ ଏକ ଆଇନ୍ ପ୍ରଣୟନ କରାଯିବ । ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରସ୍ତାବିତ OUTR ବିଶ୍ବବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ତଥା ପିଏଚଡି ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ। ଏହି ବିଶ୍ୱଦ୍ୟାଳୟ ଇଞ୍ଜିନିୟରିଂ, ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ଅଧିକ ତାଲିମ ଓ ଅନୁସନ୍ଧାନର ସୁଯୋଗ ସୃଷ୍ଟି କରିବ।

ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ସହ ଦୀର୍ଘମିଆଦି ସମ୍ପର୍କ ପାଇଁ MOU ଚୁକ୍ତି କରିବାର ସୁଯୋଗ ସୃଷ୍ଟି ହେବ। କଲେଜକୁ ବିଶ୍ୱଦ୍ୟାଳୟରେ ନବୀକରଣ ଦ୍ବାରା ରାଜ୍ୟ , ଦେଶ ଓ ବିଦେଶର ଅନ୍ୟ ବିଶ୍ବବିଦ୍ୟାଳୟ ସହିତ ଅଭିଜ୍ଞତା ଆଦାନପ୍ରଦାନ ସୁଯୋଗ ସୃଷ୍ଟି ହେବ। ଏଥି ସହ ବାଙ୍କି, ଆଠଗଡ ଓ ତିଗିରିଆରେ ପାଇପ୍ ଜଳ ଯୋଗାଣ ପାଇଁ କ୍ୟାବିନେଟର ମଞ୍ଜୁରୀ ମିଳିଛି ।

୭ଟି ପଞ୍ଚାୟତରେ ସମସ୍ତ ଘରକୁ ପାଇପ୍ ଜଳ ଯୋଗାଣ ହେବ । ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସରିବ । ସେହିଭଳି ସୁନ୍ଦରଗଡ ଜିଲ୍ଲାରେ ଦୁଇ ବୃହତ ଗ୍ରାମ୍ୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଅବଢା ଯୋଜନାରେ ଖଣ୍ଡୋଲାଇଟ ପଥର ଯୋଗାଣରୁ ରୟାଲଟି ଛାଡ ହେବା ନେଇ ନିଷ୍ପତ୍ତି ହୋଇଛି ।

ଡୁଡୁକା ଗୋପାଳପୁର-ଟୋପାରିଆ ରାସ୍ତାର ହେବ ପ୍ରଶସ୍ତୀକରଣ। ପ୍ରଶସ୍ତୀକରଣରେ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ହେବ ପ୍ରଶସ୍ତୀକରଣ। ପ୍ରଶସ୍ତୀକରଣରେ ଖର୍ଚ୍ଚ ହେବ୧୦୨.୬୫ କୋଟି ଟଙ୍କା। ରାସ୍ତାକୁ ଦୁଇ ଲେନ କରାଯିବ।

କ୍ୟାବିନେଟରେ ବିଭିନ୍ନ ବିଭାଗରୁ ଆସିଥିବା ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଆଲୋଚନା ପରେ କ୍ୟାବିନେଟରେ ମୋହର ଲାଗିଛି।

Leave A Reply

Your email address will not be published.