Odisha Link
Bridging the Missing Links in Odisha

ବାହୁଡ଼ାରେ ବି ଛାତ ଉପରୁ ରଥ ଦେଖିବା ଉପରେ କଟକଣା

ପୁରୀ: ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ଶୀଜିଉଙ୍କ ବାହୁଡାଯାତ୍ରା। ଚଳିତ ବର୍ଷ କରୋନା କଟକଣାରେ ମଧ୍ୟରେ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା। ଏଥିସହ ଛାତ ଉପରୁ ରଥ ଦେଖିବା ଉପରେ କଟକଣା ଜାରି କରାଯାଇଥିଲା। ତେବେ ବାହୁଡ଼ା ଯାତ୍ରାରେ ମଧ୍ୟ ସମାନ ରୂପେ ୧୪୪ ଧାରା ଜାରି ଳାଗୁ କରାଯିବା ସହ ଘର ଛାତ ଉପରୁ ରଥ ଦେଖିବା ଉପରେ କଟକଣା ଜାରି କରାଯାଇଛି।

ଚଳିତ ବର୍ଷ ସୁରୁଖୁରେ ରଥଯାତ୍ରା ପରି ବାହୁଡ଼ାଯାତ୍ରା ମଧ୍ୟ କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି,୨୧ ଜଣ ଡିଏସପି,୬୪ ଜଣ ଇନସପେକ୍ଟର,୨୨୨ ଏଏସଆଇ ଏବଂ ଏସଆଇଙ୍କୁ ଦାୟିତ୍ୱ ଦିଆଯାଇଛି।

ସୋମବାର ରାତି ୮ଟାରୁ ପୁରୀରେ କର୍ଫ୍ୟୁ ଲାଗୁ ହେବ। ବଡ ଦାଣ୍ଡରେ ଥିବା ସମସ୍ତ ହୋଟେଲକୁ ମଧ୍ୟ ଖାଲି କରାଯାଇଛି। ରଥଯାତ୍ରା ପରି ବଡଦାଣ୍ଡରେ ଥିବା ଘରର ଲୋକେ ମଧ୍ୟ ଛାତ ଉପରେ ଠିଆ ହୋଇ ବାହୁଡ଼ାଯାତ୍ରା ଦେଖିପାରିବେ ନାହିଁ। ଏନେଇ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ଗାଇଡଲାଇନ ଜାରି କରାଯାଇଛି।

Leave A Reply

Your email address will not be published.