Odisha Link
Bridging the Missing Links in Odisha

ବାହୁଡ଼ାଯାତ୍ରା ପାଇଁ ଦକ୍ଷିଣମୋଡ଼ ନେଲା ତିନି ରଥ

ପୁରୀ: ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀରେ ଲୀଳାଖେଳା କରୁଛନ୍ତି ଶ୍ରୀଜିଉ। ସରି ସରି ଆସୁଛି ସମୟ, ମାଉସୀ ଘରୁ ପୁଣି ରତ୍ନବେଦୀକୁ ଫେରିବେ ମହାପ୍ରଭୁ। ଏଥିପାଇଁ ଆରମ୍ଭ ହୋଇଛି ବାହୁଡ଼ାଯାତ୍ରା ପ୍ରସ୍ତୁତି। ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଛି।

ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବାହୁଡାଯାତ୍ରା, ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ମହାପ୍ରଭୁଙ୍କର ଆଜି ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ଏବଂ ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା,କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା।

ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଳଭଦ୍ରଙ୍କ ରଥ ଓ ତାପରେ ନନ୍ଦିଘୋଷ ରଥ ଦକ୍ଷିଣମୋଡ କରିଥିଲେ। ଗତବର୍ଷ କେବଳ ସେବାୟତମାନେ ଦକ୍ଷିଣମୋଡ଼ କରିଥିବା ବେଳେ ଚଳିତବର୍ଷ ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିଛନ୍ତି। ଆଜି ସଂଧ୍ୟା ସୁଦ୍ଧା ଦୁଇଟି ରଥ ନାକଚଣା ଦ୍ୱାର ଠାରେ ଲାଗିଥିବା ବେଳେ ଆସନ୍ତାକାଲି ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଲାଗିବ।

Leave A Reply

Your email address will not be published.