Odisha Link
Bridging the Missing Links in Odisha

ଦୁଇ ଛୁଆଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ

ବାଲିଗୁଡ଼ା: ଦୁଇ ଛୁଆଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆରେ। ଜଣେ ମହିଳା ତାଙ୍କର ,ଭଳି କାଣ୍ଡ କରିବାନେଇ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ମହିଳାଙ୍କ ନାଁ ଭାଗ୍ୟଲକ୍ଷ୍ମୀ ପାତ୍ର। ଗତକାଲି ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଏମ୍‌. ରାଜେଶ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ଭାଗ୍ୟଲକ୍ଷ୍ମୀ ଦୁଇ ଛୁଆ (୯ ବର୍ଷର ଝିଅ ଓ ୫ ବର୍ଷର ପୁଅ)ଙ୍କୁ ଧରି ଘରୁ ପଳାଇଥିଲେ। ଆଜି ଏକ କୂଅରେ ଦୁଇ ଛୁଆଙ୍କୁ ଠେଲି ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ। ତେବେ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। କେଉଁ କାରଣକୁ ନେଇ ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା। ସେ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ରାଇକିଆ ଥାନାରେ ଅଭିଯୋଗ କରିଛନ୍ତି ଯେ, ରାଜେଶଙ୍କର ଅନ୍ୟ ମହିଳାଙ୍କ ସହିତ ସଂପର୍କ ଥିଲା। ସେଥିପାଇଁ ଭାଗ୍ୟଲକ୍ଷ୍ମୀ ଓ ରାଜେଶଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଭାଗ୍ୟଲକ୍ଷ୍ମୀଙ୍କୁ ରାଜେଶ ନିର୍ଯାତନା ଦେଉଥିବାରୁ ସେ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି।

Leave A Reply

Your email address will not be published.