Odisha Link
Bridging the Missing Links in Odisha

ଟିକା ନେଇଥିଲେ ଅଫିସ୍‌ ଆସିବାକୁ ବାଧ୍ୟ

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ୧ ଯାଏଁ ରହିବ ଆଂଶିକ ଲକ୍‌ଡାଉନ୍‌ କଟକଣା। ଲକଡାଉନ୍‌ ନିୟମ କୋହଳ ପରେ ସବୁ ସରକାରୀ ଅଫିସ୍‌ କାର୍ଯ୍ୟକ୍ଷମ ହେବ ବୋଲି ନିର୍ଦ୍ଦେଶନାମା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ।

ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, ସମସ୍ତ କର୍ମଚାରୀ ଅଫିସ୍‌ ଆସିବେ। ଯେଉଁ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବେ ସେମାନେ ବାଧ୍ୟତାମୂଳକ ଭାବେ ଅଫିସ୍‌ ଆସିବେ। ଯେଉଁମାନେ ସ୍ୱାସ୍ଥ୍ୟଗତ ବା ଅନ୍ୟ କାରଣରୁ ଟିକା ନେଇପାରିନାହାନ୍ତି ସେମାନେ କର୍ତ୍ତୃପକ୍ଷଙ୍କୁ ତାର କାରଣ ଦର୍ଶାଇବେ। ଆବେଦନକୁ ବିଚାର କରି କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ।

ଅନ୍ୟପଟେ ଯେଉଁମାନେ ଟିକା ନେଇନଥିବେ ବା ଏହାର କାରଣ ଦର୍ଶାଇନଥିବେ ସେମାନଙ୍କୁ ଅଫିସ୍‌ ଆସିବାକୁ ଅନୁମତି ଦିଆଯିବନି। ଏଭଳି ଅନୁପସ୍ଥିତିକୁ ଇଚ୍ଛା ପୂର୍ଣ୍ଣ ଛୁଟି ଭାବେ ଧରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ଶନିବାର ସମସ୍ତ ସରକାରୀ ଅଫିସ୍‌ ବନ୍ଦ ରହିବ। ସମସ୍ତ ଅଫିସ୍‌ରେ କୋଭିଡ୍‌ ନିୟମ କଡାକଡି ଭାବେ ଲାଗୁ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.