Odisha Link
Bridging the Missing Links in Odisha

ଆଜି ରାତି ୮ରୁ ପୁରୀରେ କର୍ଫ୍ୟୁ ଲାଗୁ

ପୁରୀ: ରାତି ପାହିଲେ ବାହୁଡା ଯାତ୍ରା। ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି। ଗୁଣ୍ଡିଚା ଯାତ୍ରା ପରି ବାହୁଡାରେ ବି ଲାଗିଛି କଟକଣା। ଆଜି ରାତି ୮ରୁ ପୁରୀ ସହରରେ କର୍ଫ୍ୟୁ ଲାଗୁ ହେବ। ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ଗଡ଼ିବ ତିନି ରଥ।

ତେବେ ବାହୁଡ଼ା ଦଶମୀ ପାଇଁ ତିନି ରଥ ପ୍ରସ୍ତୁତ। ଭୋଇ ସେବକଙ୍କ ସହ ବିଶ୍ବକର୍ମା ଏବଂ ପୂର୍ବତଟ ରେଲଓ୍ବେ ଅଧିକାରୀ ରଥ ଯାଞ୍ଚ କରିବା ସହ ମୋଡ ଦେଇଛନ୍ତି। କରୋନା କଟକଣା ପାଇଁ ଅଭେଦ୍ୟ ଦୁର୍ଗରେ ପରିଣତ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ।

ପୁରୀ ଏସପି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିବା ବେଳେ ବଡ଼ଦାଣ୍ଡରେ ବନ୍ଦ ରହିବ ସମସ୍ତ ପ୍ରତିଷ୍ଠାନ। ଏପରିକି ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ କୌଣସି ବସ କିମ୍ବା ଟ୍ରେନ ପ୍ରବେଶ କରିପାରିବ ନାହିଁ।