Odisha Link
Bridging the Missing Links in Odisha

ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ। କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ଏଥର ମୋଟ ୧୯ଟି କାର୍ଯ୍ୟଦିବସ ରହିଛି। ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ସକାଳ ୧୧ରୁ ସନ୍ଧ୍ୟା ୬ ଯାଏଁ ଚାଲିବ।

କୋଭିଡ ପାଇଁ ସଂସଦରେ ଯୋଗଦେବାକୁ ଏଥର କିଛି ନିୟମ କରାଯାଇଛି। ଗୋଟିଏ ଡୋଜ୍ ଟିକା ହେଲେ ବି ଟିକା ନେବାକୁ ପଡ଼ିବ। ତଥ୍ୟ ଅନୁସାରେ ଲୋକସଭାର ୪୪୪ ଏବଂ ରାଜ୍ୟସଭାର ୨୧୮ ସଦସ୍ୟ ଟିକା ନେଇସାରିଛନ୍ତି।

ସଂସଦରେ ୩୮ଟି ପ୍ରସ୍ତାବ ପଡ଼ିରହିଥିବା ବେଳେ ଏଥିରୁ ୯ଟି ପାରିତ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିସହ ଆଉ ୧୭ଟି ପ୍ରସ୍ତାବ ଆଗତ ସହ ପାରିତ କରିପାରନ୍ତି।

ଏଥର ଅଧିବେଶନରେ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଅଛନ୍ତି ବିରୋଧୀ। ଦରବୃଦ୍ଧି, କୋଭିଡ ପରିଚାଳନା, କୃଷି ଆଇନ ଭଳି ଅନେକ ପ୍ରସଙ୍ଗ ଏଥର ଅଧିବେଶନକୁ ସରଗରମ କରିବ।

Leave A Reply

Your email address will not be published.