Odisha Link
Bridging the Missing Links in Odisha

ଅଶ୍ଲୀଳ ଫିଲ୍ମ ତିଆରି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ୍ ସୋମବାର ଦିନ ଗିରଫ କରିଛି। ଏକ ଅଶ୍ଲୀଳ ଫିଲ୍ମ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ୍ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଅଶ୍ଲୀଳ ଫିଲ୍ମ ତିଆରି କରିବା ଓ ସେଗୁଡ଼ିକୁ କିଛି ଆପ୍‌ରେ ଛଡ଼ାଯାଉଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା।

ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା।ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ରାଜ୍ କୁନ୍ଦ୍ରା ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ତାଙ୍କ ବିରୋଧରେ କ୍ରାଇମ୍‌ ବ୍ରାଞ୍ଚ ହାତରେ ବହୁତ ପ୍ରମାଣ ରହିଛି।

ପୋନୋଗ୍ରାଫୀ ଓ ପୋନୋଗ୍ରାଫୀ କଣ୍ଟେଟ ମାମଲାକୁ ନେଇ କଡ଼ା ଆଇନ ଲାଗୁ କରାଯାଇଛି। ଏହାକୁ ଅବମାନନା କରି ଯିଏ ଏଭଳି କଣ୍ଟେଟ ତିଆରି କରିବ, ସେମାନଙ୍କୁ ପୋଲିସ ଗିରଫ କରିବାର ନିୟମ ରହିଛି । ଅନ୍ୟର ଅନିଚ୍ଛା ସତ୍ତ୍ୱେ ତାଙ୍କର ଅଶ୍ଳୀଳ ଭିଡ଼ିଓ ତିଆରି କରିବା ଏବଂ ତାକୁ ଇଣ୍ଟରନେଟ ମାଧ୍ୟମରେ ସମସ୍ତଙ୍କ ପାଖକୁ ଛାଡିବା ସମ୍ପୁର୍ଣ୍ଣ ରୂପେ ଅବୈଧ। ଏହା ସହ ଚାଇଲ୍ଡ ପୋନୋଗ୍ରାଫୀ ଦେଖିବା ମଧ୍ୟ ଦଣ୍ଡନୀୟ ଅପରାଧ।

ଏହି ଅନ୍ତର୍ଗତ ମାମଲାରେ ଆଇଟିର ୨୦୦୮ର ଧାରା ୬୭( କ) ଏବଂ ଆଇପିସିର ୨୯୨, ୨୯୩, ୨୯୪, ୫୦୦, ୫୦୬ ଏବଂ ୫୦୯ରେ ଦଣ୍ଡ ମିିଳିଥାଏ । ଏହାପାଇଁ ପ୍ରଥମେ ୫ ବର୍ଷ ଜେଲ ହେବା ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ମିଳିଥାଏ । କିନ୍ତୁ ୨ୟ ଥର ଭୁଲ କଲେ ଜେଲ ଦଣ୍ଡ ୭ ବର୍ଷ ବଢ଼ିପାରେ ।

Leave A Reply

Your email address will not be published.