Odisha Link
Bridging the Missing Links in Odisha

ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଉପକଣ୍ଠରେ ଫୁଟିଲା ଗୁଳି। ଜାଗମରାରେ ଗାଡ଼ି ପାର୍କିଂକୁ ନେଇ ପଡୋଶୀଙ୍କ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା। ସାମାନ୍ୟ ବଚସାକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା। ପଡ଼ୋଶୀଙ୍କ ମାଡ଼ରେ ଆହତ ଯୁବକ ଜଣକ ବ୍ଲାଙ୍କ୍ ଫାୟାରିଂ କରିଛନ୍ତି।

ଯୁବକ ଜଣକ ୨ ରୁ୩ ରାଉଣ୍ଡ ବ୍ଲାଙ୍କ୍ ଫାୟାରିଂ କରିଛନ୍ତି। ସେ ଲାଇସେନ୍ସ ପିସ୍ତଲରୁ ଫାୟାର୍ କରିଥିବା ସୂଚନା ରହିଛି। ଏହି ମାମଲରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଖଣ୍ଡଗିରି ପୋଲିସ୍।